"ଜୀବନର ପୂର୍ଣ୍ଣଚ୍ଛେଦ "
------- ----- ----- ----
କାର୍ଯ୍ୟ ସୂଚୀ ଆଜି ସମାପ୍ତ ହୋଇଛି
ଜୀବନର ଅଙ୍କା ଦିନ ।
ପାପ ଓ ପୂଣ୍ୟର ହିସାବ ସେଥିରେ
ଗଣୁ ଥାଆ ବାପ ଧନ ॥

କେତେବା କରିଛୁ ଅନ୍ୟାୟ ତୁହି
କେତେ ସେ ମିଥ୍ୟା ଲାଞ୍ଛନା ।
ମୋ ପରିବାର, ମୋ ଧନ ଗାଣ୍ଠି
ଆଜି ହୋଇଗଲା ସବୁ ଚୁନା ॥

ସର୍ବଦା ନିଜକୁ ଦାମୀ ମଣୁଥିଲୁ
ଶୋଉଥିଲୁ ଦାମୀ ଶେଯେ ।
କୁଆଡେ ଗଲା ତୋ ମହଙ୍ଗା ପଣିଆ
ଏଇ ଛଖଣ୍ଡ ବାଉଁଶ ତେଜେ ॥

ବନ୍ଧୁବାନ୍ଧବୀ ଠୁଁ ଭିନ୍ନ ଥିଲୁ ଯେବେ
ଗର୍ବୀ ଥିଲୁ ଅହରହ ।
ଆଜି, ଏ ଦିନରେ ତୋ କୋକେଇ ର ଭାର
କିଏ କାନ୍ଧେଇବ କହ ?

ସଉକରେ ତୁହି ପଇସା ଫିଙ୍ଗିଲୁ
ଥିଲୁ ମଦ, ମାଂସ ଛିଞ୍ଚି ।
ଗଲାବେଳେ ଆଜି, ନାହିଁ ସେ ପଇସା
ଖଇ ,କଉଡିରେ ବିଞ୍ଚି ॥

ସ୍ୱର୍ଗ, ମର୍ତ୍ତ୍ୟ ତୋର ଅପେକ୍ଷାରେ ଅଛି
ଚିନ୍ତୁ ଥାଆ ଶୋଇ ନିଦ ।
ସ୍ୱପ୍ନ ସାରଣୀ ତୋ ପୂରଣ କରିଲା
ଏଇ ଜୀବନର ପୂର୍ଣ୍ଣ ଚ୍ଛେଦ ॥"
----------- X- X- X---------

ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଗ୍ରାମ- ଟାଙ୍ଗି , ଜିଲ୍ଲା-ଖୋର୍ଦ୍ଧା ଫୋନ ନମ୍ବର :