• ବାଜେ ଘନ ଘନ ଶଂଖ ମହୁରୀ
• ଜନପଦ,ବନଭୂଇଁ
• ଛୁଇଁ ,ପ୍ରତିଧ୍ଵନି. ଗୁଞ୍ଜରିତ ହୁଏ
• ଉଲ୍ଲୁସି ଉଠଇ ମହୀ ,,
• ଦିବ୍ୟାଙ୍ଗନା ମହାମାୟୀ,
• ବିଜେ କରିଛନ୍ତି ଅଧର୍ମ ବିନାଶେ
• ସର୍ବ , ଦେବାଦେବୀ ସଙ୍ଗେ ନେଇ ।।

• ଘୃତ ହୋମ ଧୂମ ଶିଖା ସଉରଭେ
• ପୂତ ମୟ ମନ୍ଦ ସମୀର
• ସଜ କୁସୁମ ର ସୁଗନ୍ଧ ସଞ୍ଚାରେ
• ପ୍ରାଣ ହୋଇଉଠେ ଅଧୀର ,,
• ଓଁ କାର ମନ୍ତ୍ର ର ସ୍ଵର,
• ବିମୋହିତ ପରା ସକଳ ଭୂବନ
• ଦେବୀ , ମାୟା କରିଅଛି ଭୋଳ ।।

• ଆହା କି ଆନନ୍ଦ ଅଖିଳ ବ୍ରହ୍ମାଣ୍ତ
• ନୃତ୍ୟ, ଗୀତ ତାଳେ ତାଳେ
• ସରବେ ବିଭୋର ଦୁଃଖ ପରିହାର
• କରି, ହର୍ଷୋତ୍ଫୁଲ୍ଲ ରୋଳେ ,,
• ଡାକୁଛନ୍ତି ଏକ ସ୍ଵରେ,
• ଦିଅ ଦିବ୍ୟ ଦୃଷ୍ଟି ସକଳ ବିପତ୍ତି
• କ୍ଷଣେ , କ୍ଷୟ ହେଉ (ତୋ) ଆଜ୍ଞା ବଳେ ।।





ମଙ୍ଗଳାଯୋଡି , ଖୋର୍ଦ୍

ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଫୋନ ନମ୍ବର :