ଆଶିଷଦାୟିନୀ ମାଆ
****************
ଶିବାଙ୍ଗୀ, ଶିବାନୀ
ତୁମେ ମା, ତାରିଣୀ।
ଜଗତଜନନୀ
ସଙ୍କଟତାରିଣୀ।
ଭଣ୍ଡାର ଘରଣୀ
ମାଆ କାତ୍ୟାୟନୀ।
ମହୁରୀକାଳୁଆ
ଗଉରୀ ,ଭବାନୀ।
ଉମା, ଭଗବତୀ
କଣ୍ଟାବାଉଁଶୁଣୀ।
ମାଆ ସମଲାଇ
ସାରଳା, ପେଣ୍ଡ୍ରାଣୀ।
ଧୂମାବତୀ ତୁମେ
ମା, ଗୋଜବାୟାଣୀ।
ଭୈରବୀ, ହିଙ୍ଗୁଳା
ମା, ସାତଭଉଣୀ ।
ଶୀତଳା, କୁଠାରୀ
ମା, ନଡିଆରାଣୀ।
ମାଆ ଷଡଭୂଜା
ଘଟ ଗାଁ ତାରିଣୀ।
କାଳୀ, ଚଣ୍ଡୀ ଦୂର୍ଗା
ବୁଢୀଠାକୁରାଣୀ।
ଗିରିଜା, କାମାକ୍ଷୀ
ମା, ସିଂହବାହିନୀ।
ତୁମେ ବୈଷ୍ଣ ଦେବୀ
ମାଆ ବଞ୍ଜାରୁଣୀ।
ମାଆ ଶେରାୱାଲି
ଭୂବନ ମୋହିନୀ।
ମାଆ ଦନ୍ତେଶ୍ବରୀ
ମନ୍ଦିରମାଳିନୀ।
ମାଆ କାଳିଜାଇ
ଶକ୍ତି ପ୍ରଦାୟିନୀ।
ସାଉଁଳାଇ ତୁମେ
ତ୍ରିପୁର ମୋହିନୀ।
ମିନାକ୍ଷୀ ତୁମେ ଗୋ
ଜଗତ ମୋହିନୀ।
ପାର୍ବତୀ, ପାବନୀ
ମା, ଡଙ୍ଗରରାଣୀ।
ଗିରିଜା, ଶୈଳଜା
ଦୁର୍ଗତିନାସିନୀ।
ତୁମେ ମା ଜଗତର ରକ୍ଷା କାରିଣୀ
ଆଶିଷ ଦିଅ ଗୋ ଆଶିଷଦାୟିନୀ।
*************************
ଗୌରୀ ପଣ୍ଡା, ଜୟପୁର

