🕉🕉ଆସ ଅବତରି🕉🕉
ମାଗୋ ଶାକମ୍ବରୀ ଆସ ଅବତରି
ଏ ଧରା ଧାମକୁ ମାଆ
ତବ ବରଦାନେ ସବୁ ଶୁଭ ହେଉ
ତୁମେ ପରା ଆମ ସାହା।
ଦେବୀ ଦଶଭୁଜା ମାଗୋ ଅମ୍ବୁଜା
ଘେନ ପୁଜା ଅର୍ଘ୍ୟ ଆମ
ତୁମରି ଆଶୀଷେ ଏଇ ଜଗତେ
ପୁରିଯାଉ ମନସ୍କାମ।
ସିଂହବାହିନୀ ଅଭୟ ଦାୟିନୀ
ଦିଅ ଆଶିର୍ବାଦ ଢାଳି
ଚାମୁଣ୍ଡା, ଚଣ୍ଡିକା ମା' କାତ୍ୟାୟନୀ
ଘେନ କୁସୁମ ଅଞଳି।
ଅପର୍ଣ୍ଣା ପାର୍ବତୀ ସିଦ୍ଧ ଭୈରବୀ
ତୁମ କରୁଣା ତ ହେବ
ଦୁର୍ଗତିନାଶିନୀ, ମାଲୋ କଲ୍ୟାଣୀ
ଜ୍ଞାନଗଙ୍ଗା ଝରିଯିବ।
ଭବାନୀ ଶିବାନୀ ମା' ଭଦ୍ରକାଳୀ
ଖଡ୍ଗ ତ୍ରିଶୂଳ ଧାରିଣୀ
ସର୍ବାଣୀ ମଙ୍ଗଳା ହେ ଗିରିବାଳା
ଦୁର୍ଗା ଦୁର୍ଗତି ନାଶିନୀ।
ମହିଷାମର୍ଦିନୀ, ଦୈତ୍ୟ ଦଳିନୀ
ଶୁଣବାରେ ଆମ ଡାକ
ଭୁବନମୋହିନୀ ତୁମ ପଣତେ
ଘୋଡାଇ ଆମକୁ ରଖ।।
ମହାସ୍ମିତା ଓଝା, ଜଗତସିଂହପୁର
