ସ୍ମୃତି ତୁମ ଗ୍ରାମ ପଥେ - ସୀମାଞ୍ଚଳ ରଣା

0

ଅଙ୍କାବଙ୍କା ନଈର ତୁଠ
ତୁମ ସହ ଶେଷ ଭେଟ,
ୱାଲପୁରର ସଂକୀର୍ଣ୍ଣ ବାଟ,
କୂଦ ମୁଣ୍ଡିଆରୁ ଭୋଳେଶ୍ଵର ନେତ,
ସବୁ ଯେମିତି ଅପେକ୍ଷାରେ,
ତୁମେ ଫେରୁଛ ତ?
ମନେପଡେ କଇଥ କଷା
ଚଉରା ମୂଳେ ଜଂହ୍ନି ଓଷା,
ଏବେବି ଭୁଲିନି ମୁଁ
ରାଉତପଡ଼ା ମାଟିରେ,
ତୁମ ଓଠରୁ ଶେଷ ପରିଭାଷା,
ସବୁ ସ୍ମୃତିରେ ଆଜି ଅଚେତ,
ତୁମେ ଫେରୁଛ ତ?
ଶୁଣିଲି ନିଶା ବାବା ଚାଲିଗଲେ
ବ୍ୟର୍ଥ ଆଶୀର୍ବାଦ ଦେଇ,
ଯାହା ତୁମେ ବି ନେଇଥିଲ
ମୋ ସହ ମଥା ପାତି,
ଜୀବନ ବିସ୍ତାପରେ ବିସ୍ତୃତ
ତୁମେ ଫେରୁଛ ତ?

ନୀଳାଦ୍ରି ରଞ୍ଜନ

ରଚନା : ସୀମାଞ୍ଚଳ ରଣା(ନୀଳାଦ୍ରି)

ଠିକଣା : ଚନ୍ଦାପୁର, ଅସ୍ଥାୟୀ ଫୋନ ନମ୍ବର : 9916259152


Post a Comment

0Comments
Post a Comment (0)