*ଦୁର୍ଗତି ନାଶିନୀ ଦେବୀ ଦୁର୍ଗେ*


ସରିଛି ବେଲ ବରଣ
ଶକ୍ତି ଶିବ ଆବାହନ
ପୀଠ ମଣ୍ଡପରେ ବାଜେ
ଘଣ୍ଟ କାହାଳି
ଦୁର୍ଗତି ନାଶିନୀ ଦେବୀ ଦୁର୍ଗେ
ଦିଅ ଦିଅ କରୁଣା ଢାଳି । - - - -(0)

ଯୋଗମାୟା ଭଗବତୀ
ହରପ୍ରିୟା ଜଗଧାତ୍ରୀ
ଶାକମ୍ବରି ସନାତନୀ
ଘେନ ଆରତୀ ।

ଗୁହାରି କରୁଛୁ ମାତ ପ୍ରଦୀପ ଜାଳି
ଦୁର୍ଗତି ନାଶିନୀ ଦେବୀ ଦୁର୍ଗେ
ଦିଅଦିଅ କରୁଣା ଢାଳି ।- - - -(1)

ଅଶିଣ ସାଥିରେ ଧରି
ଶରତ ଆସିଛି ଫେରି
କାଶତଣ୍ଡି ହସ ଦେଖି
ସବୁ ମନ ଯାଏ ପୁରି ।

ଦଶଭୂଜାଙ୍କ ଦର୍ଶନେ
ଖୁସିଭରେ ସବୁ ମନେ
ଦୁଷ୍ଟ ଅହଙ୍କାରୀ ପାପୀ
ଯାଆନ୍ତି ଜଳି
ଦୁର୍ଗତି ନାଶିନୀ ଦେବୀ ଦୁର୍ଗେ
ଦିଅଦିଅ କରୁଣା ଢାଳି - - - -(2)

ତୁମେ ମାତ ମହାକାଳୀ
ତୁମେ ମାତ ମହାଲଷ୍ମୀ
ମହା ସରସ୍ଵତୀ ମାଗୋ
ଘେନ ପ୍ରଣତୀ

ଜଗଦମ୍ବା ଦଶ ଭୁଜା
ଏଇ ଦଶହରା ପୂଜା
ତୁମକୁ ପାଇ ଜଗତ ପଡେ ଉଛୁଳି
ଦୁର୍ଗତି ନାଶିନୀ ଦେବୀ ଦୁର୍ଗେ
ଦିଅ ଦିଅ କରୁଣା ଢାଳି ....(3)

ସିଦ୍ଧେଶ୍ବର ତ୍ରିପାଠୀ

ରଚନା : Sidheswar tripathy

ଠିକଣା : ସିଦ୍ଧେଶ୍ବର ତ୍ରିପାଠୀ ଫୋନ ନମ୍ବର :