--------------- //////---------------
ବଡ଼ବଡୁଆ ହୋ,ଆଲୁଅରେ ଆସ
ଅନ୍ଧାର ରେ ଫେରି ଯାଅ ....!!
ବିବାସନା ତୁମ ବଂଶଧର ଙ୍କ ର
ଆଖି ଲୁହ ପୋଛି ଦିଅ ।
ବରଷକୁ ଥରେ ପିଣ୍ଡ ନ'ଦେଇଣ
ଗୟାରେ ଦେଲୁ ଉଭେଇ....!!
ପୟା ଶ୍ରାଦ୍ଧ ଦେଇ ପିତୃ ପ୍ରାଣ ତୁମ
ଆଣିବୁ ପୁଣି , ଘଉଡାଇ ।
ସଂସାର ଜଞ୍ଜାଳୁ ପଥ ହୁଡ଼ିଗଲ
ଅକାଳ ଡାକିଲା ହାକି....!!
ହା,ହୁତାସନେ ଛାଡ଼ିଗଲା ମନ
ଚାଲିଗଲ , ବୁଜି ଆଖି ।
ଆମ ଏ' ସଂସ୍କୃତି ପରମ୍ପରା ଭିତ୍ତି
ତଥାପି , ଧରିଛୁ ଭିଡି....!!
ବାୟୁ ପ୍ରଦୂଷଣ ମନ ଇଛା କରୁ
ହାବେଳି , ରାକେଟ ଛାଡି ।
ଦୀପାଳି ରେ ଆଜି ଲିଚୁ ଜାଳିଦେଉ
ହେଉ ପଛେ , ଧପ ଧପ....
ଆଧୁନିକତା ରେ ଦୀପାବଳି ପାଳି
ଛାଡି ଚାଲି ଯିବୁ ଛାପ ।
ଆଲୋକର ପର୍ବ ଏହି ମହୋତ୍ସବ
କାଉଁରୀ ର ପରମ୍ପରା .....
ପୂର୍ବ ପୁରୁଷ ମୋ'ଉଦ୍ଧାରିବେ ସର୍ବ
ଝରିବ ଆଶିଷ ଧାରା ।
ରାବଣକୁ ମାରି ଅଯୋଧ୍ୟା ଫେରିଲେ
ସତ୍ୟ ଯୁଗେ ପରା ରାମ.... !!
ଐସର୍ଯ୍ୟ ପାହାଡ଼େ ଅନେକ ରାବଣ
ଏଠି,ମାରିବା କାହାର କାମ ??।
ଉଗ୍ର ରୂପ ଧରି ପସି ଆସ କାଳି
ଏ' ହୃଦରେ ବିସ୍ତାର କାୟ....
"ଅକ୍ଷୟ ହେଉ ପୁଣ୍ୟର ଜଗତେ
ଧର୍ମ ର ହେଉ ଜୟ "।।
ଛବିରାଣୀ ପତି ,ମଧ୍ୟ ଶାସନ
।। ଜଗତସିଂହପୁର।।
ଫୋନ - ୯୩୩୭୯୬୦୦୬୦ 
ରଚନା : ଛବିରାଣୀ ପତି
ଠିକଣା : ମଧ୍ଯଶାସନ,ଜଗତସିଂହପୁର ଦୂରଭାଷ : ୯୩୩୭୯୬୦୦୬୦
Sent via Google Forms Email
