କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା .
---------- -------------------- ----------
ଦଶହରା ଦିନ ବଧିଣ ରାବଣ
ଆଜି ଅଯୋଧ୍ୟା କୁ ଫେରି
ଆସିଥିଲେ ରାମ, ସୀତା,ସଉମିତ୍ରି
ସଙ୍ଗେ ହନୁମନ୍ତ ଧରି ।।
ପୁଷ୍ପକ ବିମାନେ ଅଯୋଧ୍ୟା ଭୂବନେ
ବେଳ ରତରତ ବେଳେ
ଦିଶଇ ଅଦ୍ଭୁତ ତୋରଣ ଶୋଭିତ
ଦ୍ଵାରେ ଦ୍ଵାରେ ଦୀପଜଳେ ।।
ଘରେ ଘରେ କେତେ ପିଠାପଣା ମିଠା
ଆହାକି ଆନନ୍ଦ ରୋଳେ
ନୃତ୍ୟ କରୁଥିଲେ ପରଜା ସକଳ
ଶ୍ରୀରାମ ଫେରିବା ବେଳେ ।।
ରାଜଭବନରେ ପ୍ରବେଶି ଶ୍ରୀରାମ
ଦିବଙ୍ଗତ ଦଶରଥ-
ଅର୍ଥେ କରିଥିଲେ ଋଷି,ପିତୃ ସଙ୍ଗେ
ସପ୍ତପୁରୁଷ ଙ୍କ ଶ୍ରାଦ୍ଧ ।।
ଭାଇ,ବନ୍ଧୁ,ମିଳି ଭୁଲିଯାଇ ଯେତେ
ରାଗ, କ୍ରୋଧ ଅହଂକାର
ଏକତ୍ର ହୋଇଣ ପାଳନ କରିଲେ
କରି ମହା ଆଡମ୍ବର ।।
ପିତୃପିତା ମହ, "ଅନ୍ଧାର ରାଇଜ
ଦୀପଦାନେ ଆଲୋକିତ-
କରେ; ମୃତ୍ୟୁଲୋକ କର ପରିତେଜ୍ୟ
ଜୀବନ ହେଉ ଅମୃତ ।।
ସେହି ଦିନଠାରୁ ଦିବ୍ୟ ଦୀପାବଳି
ସର୍ବେ କରନ୍ତି ପାଳନ
ପବିତ୍ର କରଇ ମରତ ଭୂଇଁ କୁ
ଦୀପାବଳି ଦୀପ ଦାନ ।।
ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ଠିକଣା : ମଙ୍ଗଳାଯୋଡି,ଖ ଖୋ ଦୂରଭାଷ :
Sent via Google Forms Email
