🌹🌹🌹 ଚାକର ଠାରୁ ଶିକ୍ଷା 🌹🌹🌹
*****************************

ହରିଶ୍ ଜଣେ ଧନୀଶୀଳ ବ୍ଯକ୍ତି ଅଟନ୍ତି । ଚାକର ଚାକରାଣୀଙ୍କୁ ନିଜ ଘରକାମ ଓ କ୍ଷେତିବାଡ଼ି କାମ ବୁଝିବାକୁ କହୁଥାନ୍ତି । ନିଜର ପାଞ୍ଚମାଣ ଜମି ଥାଏ; ୨ଟି ଟ୍ରାକ୍ଟର , ବଳଦ ୫ହଳ, ଗାଈ,ମଇଁଷି ଏମିତି ଛେଳି ,ମେଣ୍ଢା ବି ଚାକରମାନଙ୍କ ଦ୍ବାରା ତଦାରଖ କରୁଥାନ୍ତି କିନ୍ତୁ ସେ ଜଣେ କୃପଣ ଥିଲେ । ଗାଁ' ଗହଳିରେ କାହାରିକୁ ସାହାଯ୍ୟ କରୁନଥିଲେ ! ନଟିଆ ଜଣେ ଉତ୍ତମ ଶ୍ରମିକ ଥିଲେ, ସେ ବାବୁଙ୍କ ପ୍ରତ୍ୟେକ କାମ ଅତି ସୁନ୍ଦର ଏବଂ ସୁଚାରୁରୂପେ ସମ୍ପାଦନ କରୁଥିଲେ । ନଟିଆକୁ ବହୁତ ଭଲ ପାଉଥିଲେ ହରିଶ୍ ବାବୁ ।

ବାବୁଙ୍କ ପୁଅ ଇଂଲଣ୍ଡରୁ ଇଞ୍ଜିନିୟରିଙ୍ଗ୍ କରି ଫେରିଲେ ଏବଂ ଘରର ପ୍ରତ୍ୟେକ କାର୍ଯ୍ୟକୁ ଧ୍ଯାନ ଦେଉଥିଲେ । ଦେଖିଲେ ନଟିଆ ଘରର ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବେ ତଦାରଖ କରୁଛନ୍ତି ଏବଂ ଅନେକ ଖୁସି ହୋଇ ତାକୁ ଦିନକୁ ୩୫୦ ଟଙ୍କା ଦରମା ଦେଲେ । ନଟିଆ ବି ଖୁସି ହୋଇଗଲା ହେଲେ, ହରିଶ୍ ବାବୁ ଏ କଥା ଜାଣି ପ୍ରବଳ ରାଗିଯାଇ ପୁଅକୁ ପୁଣି ଇଂଲଣ୍ଡ ପଠାଇଦେଲେ ଏବଂ ନଟିଆକୁ ଚାକିରିରୁ ବାହାର କରିଦେଲେ ।

ନଟିଆ ଯିବା ସମୟରେ ଗୋଟିଏ ବୁଢ଼ା ବଳଦ ଦେଇ ବିଦା କରିଦେଲେ ।
ବିଚାରା ନଟିଆ ବୁଢ଼ା ବଳଦ ନେଇ ଧିରେ ଧିରେ ଚାଷ କଲା ଓ ନିଜର ଭରଣପୋଷଣ କରି କିଛି ବଞ୍ଚାଇଲା ଏବଂ ସେହି ପଇସା ନେଇ କିଛି ପୁରୁଣା ଖବରକାଗଜ କିଣି କାଗଜମୁଣି ତିଆରି କରି ବଜାରରେ ବିକି ଢେର ଲାଭ ହେବାରେ ଲାଗିଲା । କିଛି ଦିନ କାଗଜମୁଣି ବେପାର କରି ଗୋଟିଏ କାଗଜ ତିଆରି ଯନ୍ତ୍ରପାତି କିଣିଲା ବହୁତ ଖୁସିରେ ରହିଲା କିନ୍ତୁ ବୁଢ଼ା ବଳଦକୁ ବିକି ନ ଥିଲା ।

ହରିଶ୍ ବାବୁଙ୍କ ପୁଅ ବିଲାତିରେ ବାହାଘର ହୋଇ ଘରକୁ ଫେରିଲା ଏବଂ ପ୍ରଥମେ ବାପାକୁ ପଚାରିଲା ବାପା, ନଟିଆ କାହିଁ କିନ୍ତୁ ସେ ପୁଅ ପ୍ରତ୍ୟେକ ସତକଥା କହିଲେ । ଏହା ଶୁଣି ବାବୁଙ୍କ ପୁଅ ଚିନ୍ତା କଲେ କି, ମୋ ବାପା, କେତେ ନିଷ୍ଠୁର ଜଣେ ଗରିବ ଲୋକଙ୍କୁ ସାମାନ୍ୟ ବୁଢ଼ା ବଳଦ ଦେଇ ବିଦା କରିଦେଲେ ।

ଇଂଲଣ୍ଡରୁ ଆସିଥିବା ବୋହୂ ଘରର ସମସ୍ତ ଚାକରକୁ ବିଦା କରିଦେଲେ ଏବଂ ସମସ୍ତ ଜମି ମଧ୍ୟ ବିକିଦେଲେ ଶେଷ ରେ ଇଂଲଣ୍ଡ ଯିବା ପାଇଁ କହିଲେ । ଏହା ଶୁଣି ହରିଶ୍ ବାବୁଙ୍କ ପୁଅ ଚିନ୍ତାକଲେ ବାପା କେଉଁଠି ରହିବେ ।

ଏତିକି ବେଳେ ହରିଶ୍ ବାବୁ ଙ୍କ ବୋହୂ ଆସି କହିଲେ ,"Pratap, you don't worry . Your father is too old. So, keep your father in old age home.


ଏହି ସମୟରେ ନଟିଆ ବାବୁଙ୍କୁ ଦେଖାକରିବାକୁ ଆସୁଥିଲେ , ଏହା ବିଶ୍ବାସ କରିପାରିଲେ ନାହିଁ । ନଟିଆକୁ ଦେଖି ପ୍ରତାପ ଖୁସି ହୋଇଗଲେ ସିନା କିଛି କହିପାରିଲେ ନାହିଁ ।

ପ୍ରତାପଙ୍କ ସ୍ତ୍ରୀ, ପ୍ରତାପକୁ ନେଇ ଇଂଲଣ୍ଡ ଚାଲିଗଲେ କିନ୍ତୁ ନଟିଆ ନିଜ ବାବୁଙ୍କ ଯତ୍ନ ନେଲେ । ହରିଶ୍ ବୁଢ଼ା ବଳଦ କୁ ଦେଖି ଭାବିଲେ ଯେଉଁ ବଳଦ କାମକୁ ନୁହଁ ଭାବି ଦେଇଥିଲି ,ସେ ବଳଦ ଦ୍ବାରା ନଟିଆ ମଣିଷ ପରି ମଣିଷଟିଏ ହେଇଛି ହେଲେ ବଳଦ ଏତେ ରୋଗୀଣା ହେଲେଣି ସିନା ଯତ୍ନ ନେଉଛି କିନ୍ତୁ ମୋ ପୁଅ ମୋର ବୃଦ୍ଧାଅବସ୍ଥା ଦେଖି ମୁଁ ଯେମିତି ବୁଢ଼ା ବଳଦକୁ ଘର ତଡ଼ିଦେଇଥିଲି ମୋ ପୁଅ ସେମିତି ମୋତେ ତଡ଼ିଦେଲା ! ଏତିକି କହି ବଳଦମାନଙ୍କୁ ଗେଲକରିବାରେ ଲାଗିଲେ ।

ଏହା ସବୁ ନଟିଆ ଦେଖୁଥିଲା ଏବଂ କାନ୍ଦିପକାଇ ବାବୁଙ୍କୁ ଆସି କହିଲା ବାବୁ ଏସବୁ ଆପଣଙ୍କର, ଆପଣ କେବେ ମନଦୁଃଖ କରିବେ ନାହିଁ ।


୨ ବର୍ଷ ପରେ,,,,,,,,,,,,,,,

ପ୍ରତାପ ଏକା ଏକା ଘରକୁ ଫେରିଛି ଏବଂ ନଟିଆ ପାଖକୁ ଆସି ନିଜର ସମ୍ପତ୍ତି ସରିଗଲା ପରେ ଇଂଲଣ୍ଡ କୁଇନ୍ ନାତମାରି ତଡ଼ିଦେଇଛି ଏ କଥା କହି ଅପମାନ ହେଲା ।

ହରିଶ୍ ବାବୁଙ୍କ ପୁଅ ପୁଣି ସେହି ଗାଁ' ମାଟିରେ ମାଟି ହୋଇ ଚାଷକରି ସୁଖ ଅନୁଭବ କଲା । ନଟିଆ ପଞ୍ଚମ ପଢିଥିଲା ସିନା ପ୍ରତାପକୁ ବଞ୍ଚିବାଶୈଳୀ ଶିକ୍ଷା ଦେଲା । ପ୍ରତାପ ବର୍ତ୍ତମାନ ବାପାକୁ ନେଇ ଜଣେ ଚାଷୀ ଘରର ଝିଅକୁ ବାହାଘର ହୋଇ ପାଟିକୁ ମୁଠାଏ ଭାତ ଦେହକୁ ଲୁଗାଖଣ୍ଡେ ପାଇ ଆନନ୍ଦରେ ଚଳୁଛି ।

**********************************
ଭଜରାମ ସେଠୀ ,ନିରାଳ ,ଗଂଜାମ ଓଡ଼ିଶା


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଂଜାମ ଦୂରଭାଷ : 9566876504