ଭଲପାଏ ବୋଲି ଭାବେ ମୁଁ ନିଜର 
ଭାବିଥାଏ ଅତି ଆପଣାର,
ଭଲପାଇବା ର କି ପରିଣାମ ଦେଲୁ 
କରିଦେଲୁ ମତେ ସାତପର ।
ଛୋଟିଆ କଥା କୁ ଧରିଲୁ ତୁ ମୋର 
ଭାବିନେଲୁ ତୁ ଗିରି ତୁଲ୍ୟ,
ଭଲପାଇବା ର କି ପରିଣାମ ଦେଲୁ 
କରିଦେଲୁ ମତେ ସାତପର  ।
ଶବ୍ଦରେ ଖେଳି ଲୁ ଲୁଚକାଳି ଖେଳି  
ଲୁଚାଇ ଦେଲୁ ମୋ ଭାବନା,
ଭଲପାଇବା ର କି ପରିଣାମ ଦେଲୁ 
କରିଦେଲୁ ମତେ ସାତପର ।
ପୂର୍ଣ୍ଣିମାର ଆଜି ଜହ୍ନ ଉଇଁଛି, କିନ୍ତୁ 
ଉଇଁଛି ଆଜି ଅଭିମାନ, 
ଭଲପାଇବା ର କି ପରିଣାମ ଦେଲୁ 
କରିଦେଲୁ ମତେ ସାତପର ।
କଳଙ୍କିନୀ ନୁହେଁ ମୋ ପ୍ରିୟା ତୁମେ
କଳଙ୍କିତ ଏ ଜହ୍ନ ରାତି, 
ଭଲପାଇବା ର କି ପରିଣାମ ଦେଲୁ 
କରିଦେଲୁ ମତେ ସାତପର ।
ଝୁରୁଛି ମୁଁ ତତେ ଝୁରୁଛି ମୋ ଆଖି 
ବିରହ ଦୁଃଖ ରାତି, 
ଭଲପାଇବା ର କି ପରିଣାମ ଦେଲୁ 
କରିଦେଲୁ ମତେ ସାତପର ।
ଏକାକୀ ମୁଁ ଆଜି ଲୁହ ଢାଳୁଅଛି 
ବେଦନାର ଉଷ୍ମମରୁ ରେ, 
ଭଲପାଇବା ର କି ପରିଣାମ ଦେଲୁ 
କରିଦେଲୁ ମତେ ସାତପର ।
ଢାଳୁ ଢାଳୁ ଆଜି ଶୁଖିଲା ଦିଶୁଛି 
ପୂର୍ଣ୍ଣିମା ର ଶ୍ବେତ ଜହ୍ନ, 
ଭଲପାଇବା ର କି ପରିଣାମ ଦେଲୁ 
କରିଦେଲୁ ମତେ ସାତପର ।
ରଙ୍ଗ ବଦଳିଲା ଋତୁ ବଦଳିଲା 
ହେଲେ ବଦଳିଲୁନି ତୁ,
ଭଲପାଇବା ର କି ପରିଣାମ ଦେଲୁ 
କରିଦେଲୁ ମତେ ସାତପର ।
ଜହ୍ନ ର କଳଙ୍କ ଖୋଜୁଛି ମୁଁ ଆଜି 
ଖୋଜି ନିଜକୁ ସେଥିରେ, 
ଭଲପାଇବା ର କି ପରିଣାମ ଦେଲୁ 
କରିଦେଲୁ ମତେ ସାତପର ।
ନିର୍ମଳରାତି ର ନିର୍ଜନ ଆକାଶେ ରାତି 
ର ଆୟୁଷ ସରିଗଲା, 
ସୂର୍ଯ୍ୟୋଦୟେ ବିଭୋର ପ୍ରିୟା ମୋ କହୁଛି 
ଜହ୍ନ ଆଜି ବଦଳିଗଲା ।
ବିଦାୟ ନେଉଛି ରେ ତୋ ଜୀବନୁ ଆଜି 
କଳଙ୍କିତ ରାତ୍ରି ସାଜି, 
ଆସୁ ତୋ ଜୀବନେ ନୂଆ ଜହ୍ନରାତି
ଭରିଦେଉ ନବ ଉଲ୍ଲାସ.....
ଭଲପାଇବା ର ଏ ପରିଣାମ ଦେଲୁ....

ସ୍ମୃତିରଞ୍ଜନ ପାତ୍ର, ପୁରୀ