କବିତା - ଜୀବନ - ଶିବ ଚରଣ ମହାପାତ୍ର

0
ଜୀବନ ଆଉ କଣ କି..!?
ଦଲକାଏ ନିଶ୍ୱାସ..!
କାଣିଚାଏ ବିଶ୍ୱାସ..!
ନୀରବ ସମ୍ମୋହନର ମିଠାପଣ ଆଉ
ପହିଲି ଛୁଆଁର ଅସରାଏ ଶ୍ରାବଣ..!

ଯିଏ ନିଜ ବିପକ୍ଷରେ ଅହର୍ନିଶି ଯୁଦ୍ଧ ଘୋଷଣା କରେ
ନିର୍ଭୟରେ ବଞ୍ଚିବାକୁ ତୁଚ୍ଛା ଏକ ଆକର୍ଷଣ..!!

ତୁମେ କହିପାର
ଟିକେ ଲୁହ ଟିକେ ଲହୁ..!
ଟିକେ ପ୍ରେମ ଟିକେ ମହୁ..!
ତେଲ ଲୁଣରେ ପରିପୂର୍ଣ୍ଣ ପୁଣି
ଅପୂର୍ଣ୍ଣତାର ଶୂନ୍ୟ ମହାଶୂନ୍ୟ..!!

ହଁ ଜୀବନ ଆଉ କଣ କି..!?
ନିର୍ଜନତାର ବେନାମୀ ଫଗୁଣ..!
କୋଳାହଳମୟ ନିଶାସକ୍ତ ଯନ୍ତ୍ରଣା ଭିତରେ
ବିନ୍ଦୁଏ ମଧୂଝରା ସପନ..!!

ପ୍ରାପ୍ତି ଅପ୍ରାପ୍ତିର ଦୋ ଦୋ ପାଞ୍ଚରେ
ଆହାକାର ଭରା ନୀଳନିର୍ବାଣ..!
ଯିଏ ଅହରହ ଯୁଝୁଥାଏ ନିର୍ବାସିତ କଷଣ..!!

ହଁ..ଜୀବନ ଆଉ କଣ କି..!?

Post a Comment

0Comments
Post a Comment (0)