ଭାସିଆସେନା
ଫୁଲ ବଉଳ ବେଣୀର ଗୀତ
କିନ୍ତୁ କୁମାର ପୂର୍ଣ୍ଣମୀ
ଆସେ ଠିକ୍ ପୂର୍ବବତ୍,
ତାର ହିସାବ ରଖିବାକୁ ବି
କୁଆଁରୀ ପାଖରେ ନାହିଁ ସମୟ
ନାହିଁ ଆଜି ତାର
କଇଁ ତୋଳିବାର ଇଛା ଅବା
ଉତ୍ସୁକତା କରିବାକୁ ଫୁଲଘର
ହଜିଯାଇଛି ପୂର୍ବର ଚମକ
ଝିଅଟା ତାର ପାଠ ଆଉ ପରୀକ୍ଷା
ନେଇ ଖୁବ୍ ବ୍ଯସ୍ତ ।
ଖାଲି ସଂସ୍କୃତି ବଞ୍ଚିବା ନାଁ ରେ
ସେ ବନ୍ଦାଉଛି ଚାନ୍ଦ
ପକାଉଛି ଗୋଟିଏ କି ଦୁଇଟି କଇଁଫୁଲ
ସେ ଆଉ ଖେଳୁନି ଲୁଚକାଳି
ଅବା ପୁଚିଖେଳ
ତାକୁ ଆଉ ଛୁଇଁପାରୁନି
ତୋଫା ମଲ୍ଲୀଫୁଲିଆ ଆକାଶରେ
,ଜ୍ୟୋତ୍ସ୍ନାର ମେଳ,
ନାହିଁ ଆଉ ତାର ସେଇ
ଚୁଲ୍ ବୁଲି ପଣ ,
ତା ଜୀବନ ଗଢିବା ପାଇଁ ସେ
ସେ ଖୋଜୁଛି ବଳ
ସେ ମନେ କରୁନି ନିଜକୁ ଦୁର୍ବଳ।
ପ୍ରାର୍ଥନା କରୁନି
ପକ୍ଷୀରାଜ ଘୋଡାଚଢି
ଆସିବାକୁ ତା ମନର କୁମାର
ଏ ସବୁ ଚେତନା
ତା'ଠାରୁ ଅନେକ୍ ଦୂର,
ଆଧୁନିକତାର ପରିଭାଷା ଭିତରେ
ସେ ବାଛିବାକୁ ଚାହେଁ
ଜୀବନ ସାଥୀ ତା ଜୀବନର।
ଆଜି ଯନ୍ତ୍ରବତ୍ ଆସେ
କୁମାର ପୂର୍ଣ୍ଣମୀ
ପୁଣି ଚାଲିଯାଏ ତାରି ବାଟରେ
ମନେପକେଇ ଦେଇ
ତା ପୂର୍ବର ଐତିହ୍ୟ
ଝିଅ ବଦଳରେ
ମା କରେ ଫୁଲଘର
କାହିଁକି ନା
ସେ ଭୂଲିପାରେନା
ସେ ମନଲୋଭା ରାତି
ତା କୁଆଁରୀ ଜହ୍ନର ।
ଶୂନ୍ୟ ଚଉଁରା ମୂଳରେ
ସେ ଖୋଜୁଥାଏ
ତା ଅତୀତର ସ୍ମୃତି
ଆଉ କାନ ଡେରିଥାଏ
କାଳେ କେଉଁଠି
ଭାସିଆସିବ କି
ସେଇ ମିଠା ସ୍ବର
"କୁଆଁର ପୁନେଇଁ ଜହ୍ନଗୋ
ଫୁଲ ବଉଳ ବେଣୀ"ର।।
ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।
0 Comments
You can write now your valuable comments here. Off-topic comments may be removed or deleted without prior notice.