କବିତା - ପ୍ରଭୁ ପଣକୁ ଭାଜନ - କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ପ୍ରଭୁ ପଣ କୁ ଭାଜନ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା .
---------- -------------------- ----------
ଫଳହୀନ ବୃକ୍ଷ ଗର୍ବ ଅନୁଭବେ
କାନନେ ବା ଜନପଥେ
ଉର୍ଦ୍ଧମୁଖା ହୋଇ ଉଭାହୋଇଥାଏ
ଆକାଶ ଛୁଇଁ ବ ସତେ ।।

ଫଳ,ଫୁଲ ଭରା ବୃକ୍ଷରାଜି ସଦା
ଅବନତ ହୋଇ ରହେ
ବିଦ୍ୱାନ୍ ଯେପରି ଉଦାରତା ଗୁଣେ
ନମ୍ରତା ଭାବ ଆଚରେ ।।

ଜଳଭାରେ ମେଘ ଆକାଶୁଁ ଝରଇ
ଅବନତେ ମହୀମୁଖେ
ଧନୀକ ତେମନ୍ତ ଧନ ଗରବରେ
ନକରେ ବଡେଇ କେବେ ।।

ସଭାରେ ପଣ୍ଡିତ ନମ୍ରତା ଗୁଣରେ
କିଣଇ ସକଳ ମନ
ତେଣୁ ପୁଜ୍ୟ ପୁଜା ଆସନରେ ସଦା
ହୋଇଥାଏ ବିଦ୍ୟମାନ ।।

ଅସୂୟା ଭାବକୁ ଯେ ଜନ ପ୍ରକାଶେ
ହେଉ ଧନୀ,ଗୁଣି, ଜ୍ଞାନୀ
ନିଜ ବଡପଣ ହରାଏ ସମାଜେ
ଯେସନେ ଇତର ପ୍ରାଣୀ ।।

ନମ୍ରଗୁଣେ ଗୁଣୀ ପରକୁ ଆପଣା
କରି ନିଜର କରଇ
ଉଦାରତା ପଣେ ଧନୀକ ନିଜର
ପ୍ରଭାବତା ବିସ୍ତାରଇ ।।

ରାଗ,ହିଂସା,ଦ୍ୱେଷ,କ୍ରୋଧ,ଅହଂକାର
ବରଜିଛି ଯେଉଁ ଜନ
ସେହି ଏକା ଏହି ସମାଜେ ହୁଅଇ
ପ୍ରଭୁ ପଣକୁ ଭାଜନ ।।



ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି , ଖୋର୍ଦ୍ଧା ଦୂରଭାଷ :


Post a Comment

0Comments
Post a Comment (0)