ମଶାଣି ଭୂଇଁର ଅଟ୍ଟହାସ୍ଯ
******************************

ହୃଦେ ଅହଂକାର ବିଭୂଷଣେ ଶୋଭା
ଗର୍ବି ମନେ ଭାବେ ଯଶ,
ମଶାଣି ଭୂଇଁଟା ଅଟ୍ଟହାସ୍ଯେ ହସେ
ଦେଖି ମଣିଷ ପାଉଁଶ ।
ଛ'ଖଣ୍ଡ କାଠ ତ ହସି କହେ କାନ୍ଧେ
କି ପୁଣ୍ଯ କରିଛୁ ଚାଷ,
ମଶାଣି ପଦାରୁ ଚାଷୁଆ କହିବ
କେଉଁ ବୈକୁଣ୍ଠ ତୋ ଦେଶ ।
ସତ ପଥ ଆଉ ସତ ଗାଥା କେତେ
ଜୀବନେ ଅମଳ ମୂଳ,
ଖଳା ବେଙ୍ଗଳାରେ ଧାନ ପରିମାପ
ଅଡା ଗଉଣୀ'ର ଚୂଳ ।



*******************************
ଭଜରାମ ସେଠୀ ,ନିରାଳ, ଗଂଜାମ, ଓଡ଼ିଶା


ରଚନା : ଭଜରାମ ସେଠୀ

ଠିକଣା : ନିରାଳ ଆସିକା ଗଂଜାମ ଦୂରଭାଷ : 9566876504