*☆ବେଳେ ବେଳେ ମାରିବାକୁ ପଡେ☆
●●●●●●●●●●●●●●●
ମସ୍ତି କରିବାକୁ କାହାକୁ ଇଛ୍ଛା ନ ହୁଏ? ନା ବାପା,ମାଁ,ଭାଇ ଭଉଣୀ ଙ୍କ ସହ ସମୟ ବିତାଇବାକୁ? ଇଛ୍ଛା କେମିତି ବି ନହେବ ! ବଦଳିଛି ସମୟ,ବଦଳିଛି ସୁଯୋଗ, ଗାଁର ସେଇ ଛେଳି ଚରାଉଥିବା ପିଲା ଆଜି ସହରି ମୁଁହା ହୋଇଛି ଆଉ ତା ସହ ବଦଳିଛି ଜିଇଁବାର ରୁଚି। ଆଜି ସିନା ତା ପାଖରେ ନାହିଁ ମାଟିର କାଦୁଅରେ ଚକଟିହେବାର ଇଛ୍ଛା , ହେଲେ ସ୍ବପ୍ନ ତାର ଅନେକ...... ଦରକାର ଖାଲି ପଇସା , ଗାଁର ସେଇ ଗୋପାଳ ଟୋକାଟା ଆଜି ବଡ ହୋଇଛି ସହରି ଲୋକଙ୍କ ସହରୀ ହୋବାକୁ ଜାଇ ବନ୍ଧା ପଡିଜାଇଛି ସହରରେ । ତଥାପି ଗଛ ଯେତେ ବଡ ହେଲେବି ତାର ଚେର ଯେମିତି ମାଟିରେ ଥାଏ ଠିକ୍ ସେମିତି ଗାଁରେ ହୋଲି ଦିପାବଳି ଆସିଲେ ସେ ଗାଁ ପରିବେଶ କୁ ଭୁଲିବ ପାରିବ କେମିତି। ଆଗକୁ ଆସୁଛି ଦୀପାବଳୀ ଆଉ ଦୀପାବଳୀ ପାଇଁ ଛାତ ଉପରେ ବସି ପ୍ରସ୍ତୁତି ଚଲାଉଛନ୍ତି ୨ ସାଙ୍ଗ।
ଏଥର ଯେମିତିବି ହେଉ ଦୀପାବଳୀରେ ଘରକୁ ଜିବାକୁ ପଡିବ । ୨ ରୁ ୩ ବର୍ଷ ହେଲା ଦୀପାବଳୀ କଣ ଗୋଟିଏ ଦୀପ ବି ଜଳାଇବାର ସୁଯୋଗ ମିଳିନାହିଁ।
କମ୍ପାନିରୁ ରୁମ୍ ଆଉ ରୁମ୍ ରୁ କମ୍ପାନି ଭିତରେ ଜୀବନ ସରିଛି। ନା' ଅଛି ଆଶା ନା' ଅଛି ଖୁସି ଖାଲି ଅବଶୋଷ ଭିତରେ ସମୟ ସରିଛି। ମାଁଙ୍କର ସେଇ ହାତ ତିଆରି ପିଠା, ବାପାଙ୍କର ବଡବଡୁଆ ଙ୍କ ଡାକ ବହୁତ ମନେପଡୁଛିରେ ରାକେଶ ବହୁତ ମନେ ପଡୁଛି
ହଁ ରେ ସାଙ କିନ୍ତୁ କରିବା କଣ? ମ୍ୟାନେଜର କହି ସାରିଛି ଏଥର ଦୀପାବଳୀରେ ଲୋକାଲ୍ ପିଲା ଛୁଟି ରେ ରହୁଛନ୍ତି ତୁମେମାନେ ସବୁ ହୋଲିକୁ ଯିବ। ନହେଲେ ତୁମ କଥା ତୁମେ ଚିନ୍ତା କରିବ । ମୋର ବି ଇଛ୍ଛା ହେଉଛି ପୂଜା ପାର୍ବଣରେ ଘରେ ରହିବାକୁ ହେଲେ କରିବି କଣ ?
ଗୋଟିଏ ଆଇଡିଆ ଅଛି ! କିଛି କରିବାକୁ ପଡିବନାହିଁ କିନ୍ତୁ କାହାରିକୁ ଜଣକୁ ମାରିବାକୁ ପଡିବ । ତାହାଲେ ଜାଇ ଆମକୁ ଛୁଟି ମିଳିପାରିବ ।
କଣ କହୁଛୁ ତୁ ନିଜକୁ ଖୁସି କରିବାକୁ , ନିଜ ପରିବାରକୁ ଖୁସି କରିବାକୁ ମୁଁ କାହାରିକୁ ମାରି ପାରିବିନି ସାଙ୍ଗ। ମୋତେ କ୍ଷମା କରିଦେ । ମୋର ବି ଇଛ୍ଛା ଅଛି ଦୀପାବଳୀରେ ଘରକୁ ଜିବାକୁ କିନ୍ତୁ.......ନା ଏମିତି କରିବା ମୋଦେଇ ସମ୍ଭବ ନୁହେଁ।
ଦେଖ ରାକେଶ ଆଉ ଅନ୍ୟକିଛି ଉପାୟ ନାହିଁ। ଟିକିଏ ସାହାରା ନେଇ ମଣିଷ ବଞ୍ଚେ , ମୁଁ ତୋର ଏଇ ସାହାରାକୁ ମାରିବାକୁ କହୁନି । ମୁଁ କହୁଛି.... ଖୁସି ,କେମିତି ଘରକୁ ଯିବା ଘର ଲୋକଙ୍କୁ ସମୟ ଦେବା ସାଙ୍ଗ ସାଥିରେ ମସ୍ତି କରିବା। ଜୀବନର ର ଖୁସି ଟିକକ ପାଇଁ ତୁ ଏତିକି ଟିକେ କରିପାରାବୁ ନାହିଁ
ହେଲେ ତା ବୋଲି ଜଣକୁ ଜୀବନରୁ ମାରି??
ଆଶା ଆମର ଅନେକ ସ୍ବପ୍ନ କିନ୍ତୁ ଏକ ଜୀବନ ରେ ପ୍ରତ୍ୟକ ଦିନ ମରି ମରି ଜିଉୁଁ ଥିବା ମଣିଷ ସତରେ କଣ କାହାରିକୁ ମାରିପାରିବ !
ହେଲେ କରିବା କଣ ରାକେଶ! ଛୁଟି ପାଇବାର ଫରମୁଲା ଟା ପୁରୁଣା ହେଲେବି କିନ୍ତୁ ଫଳପ୍ରଦ। ମରି ଜାଇଥିବା କୈଣଷି ଏକ ସଦସ୍ୟ କୁ ପୁନଃମାରି ଦେଇ ଛୁଟି ନେଇ ନେବା ।
ସତ କଥା ସାଙ୍ଗ ସମୟ ସ୍ରତରେ ଜିଇଁବାକୁ ହେଲେ କେବେ ନିଜକୁ ତ କେବେ ଅନ୍ୟକୁ ଆଉ କେବେ ମରିଜାଇଥିବା ଲୋକକୁ ପିଣ୍ଡିରୁ ଉଠାଇ ଆଣି ମାରିବାକୁ ପଡେ ।
●●●
*ରାଜେଶ କୁମାର ବାରିକ
ଦେବେନ୍ଦ୍ର ପୁର,ଅଭଣା,ବାଲେଶ୍ବର*


ରଚନା : ରାଜେଶ କୁମାର ବାରିକ୍

ଠିକଣା : ଦେବେନ୍ଦ୍ର ପୁର,ଅଭଣା,ବାଲେଶ୍ବର ଦୂରଭାଷ :