ବଉଦ ଭାସେ
ଚପଳା ହସେ
ଘଡଘଡିଆ ବାଜା
ଟୁପୁରୁ ଟୁପୁ
ଝୁପୁରୁ ଝୁପୁ
ବରଷେ ମେଘ ରଜା ।
ବେଙ୍ଗୁଲୀ ରାଣୀ
କଟର କେଁଏ
ସାରୁପତର ତଳୁ
ସୂରୁଜ ଦେବ
ଉଙ୍କି ମାରନ୍ତି
ବୁଣି କିରଣ ରେଣୁ ।
ଖରା ବରଷା
ବରଷା ଖରା
ଛାଇ ଆଲୁଅ ଖେଳ
ସୂରୁଜ ମୁଖେ
ଆକାଶ ବୁକେ
ସାତ ରଂଗର ମାଳ ।
ବାଇଗଣିଆ
ଘନ ନେଳିଆ
ନୀଳ ସବୁଜ ରଂଗ
ହଳଦୀ ସହ
ନାରଙ୍ଗୀ ଲାଲି
ଦେଖରେ ସାତ ରଂଗ ।
ନଦୀନାଳକୁ
ପାରିହେବାକୁ
ମଣିଷ ପୋଲ ଗଢେ
ଆକାଶ ପଥେ
ଇନ୍ଦର ଧନୁ
ପୄଥ୍ବୀରୁ ସ୍ବର୍ଗ ଯୋଡେ ।

ସଲିଳ କୁମାର ସ୍ବାଇଁ, ଶିକ୍ଷକ
ସରକାରୀ ଉପ୍ରା ବିଦ୍ୟାଳୟ, ସୁନ୍ଦରପୁର