ହେ ଦେବ ଶିଳ୍ପୀ 
ପ୍ରଭୁ ବିଶ୍ବକର୍ମା,
ବ୍ରହ୍ମାଙ୍କ ତନୟ
ଶ୍ରେଷ୍ଠ କାରିଗର ୲୲

ପୂଜା ମଣ୍ଡପରେ
ବିଜେ ଐରାବତେ
କି ସୁନ୍ଦର ଶୋଭା
ରୂପ ମନୋହର ୲୲

କେଉଁ ଦିବ୍ୟ ତୂଳୀ
ସ୍ଵହସ୍ତରେ ନେଇ
ସପ୍ତ ରଙ୍ଗେ ବିଶ୍ଵ
ଦେଇଛ ରଙ୍ଗାଇ ୲୲

ତୁମ ଦିବ୍ୟ ହସ୍ତ
କାଉଁରୀ ପରଶେ
ଅତି ଅନୁପମ
ନିର୍ମାଣ ଚତୁରୀ ୲୲

ଦିବ୍ୟ ଚାରୁ କଳା
କେ ବର୍ଣ୍ଣି ପାରଇ
ବରଷଇ ଯହିଁ
ଅସରା ମାଧୁରୀ ୲୲

ସ୍ଵର୍ଗର ସୁଷମା
ମର୍ତ୍ତ୍ୟ ସୌନ୍ଦର୍ଯ୍ୟତା
ସବୁ ପରା ପ୍ରଭୁ
ତୁମ କଳା ନିପୁଣତା ୲୲

ଆଶ୍ଵିନ ମାସର
କନ୍ୟା ସଂକ୍ରାନ୍ତିରେ
ଘରେ ଘରେ ଆଉ
ଶିଳ୍ପାନୁଷ୍ଠାନରେ
ହୁଏ ତୁମ ଆରାଧନା ୲୲

ଯନ୍ତ୍ରୀ ଶିଳ୍ପୀ ସର୍ବେ
ହୋଇ ଏକମନ
ଭକ୍ତିପୂତ ହୃଦେ
ବନ୍ଦନ୍ତି ଚରଣ
କରି ପୂଜା ଅରଚନା ୲୲
  
Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ
Content Category:
Submission Date: Sep 17, 2019