ବିଶ୍ଵକର୍ମା / , ଆଜି ପୁଣ୍ୟତିଥି  /, ମୁଁ , କରେ ତବ ଆରାଧନା ,
ହେ ଦେବ କୁଳ ମହାରଣା / , ବିଶ୍ଵକର୍ମା / , ଆଜି ପୁଣ୍ୟ ତିଥି,
ମୁଁ, କରେ ତବ ଆରାଧନା  ।।
କୋଟି ବାଳାର୍କ ବରଣ /, ଜିଣି ତବ କାନ୍ତି ବର୍ଣ୍ଣ
ହସ୍ତେ ମୁଗୁର,ନିହାଣ / କଲ ବିଶ୍ଵ ସମ୍ଭାବନା ,
ବିଶ୍ଵକର୍ମା/, ଆଜି ପୁଣ୍ୟ ତିଥି /, ଆସ, ସ୍ଵାଗତଂ ବହୁବର୍ଣ୍ଣା ,
ମୁଁ , କରେ ତବ ଆରାଧନା ।।
ଇନ୍ଦ୍ରଦ୍ୟୁମ୍ନ ଯେ ରାଜନ / ପାଇଥିଲେ ଦାରୁବ୍ରହ୍ମ
ଚତୁର୍ଦ୍ଧା ମୂର୍ତ୍ତୀ ଗଠନ / କରିଥିଲ ତୁମେ ସିନା
ବିଶ୍ଵକର୍ମା/ ,ଆଜି ପୁଣ୍ୟ ତିଥି / ଦେଖ , ନୀଳଚକ୍ରେ ଉଡେବାନା
ମୁଁ , କରେ ତବ ଆରାଧନା ।।
ପଢିଛି ଲକ୍ଷ୍ମୀ ପୁରାଣ / ମନ୍ଦିର ହେଲା ବାରଣ
ବାରିଧି କୁଳେ ସେଦିନ / ‌ହର୍ମ୍ୟ କରିଲ ରଚନା
ବିଶ୍ଵକର୍ମା/ ,ଆଜି ପୁଣ୍ୟ ତିଥି / ଏବେ , ରହିଛି ସେହି ରଚନା
ମୁଁ, କରେ ତବ ଆରାଧନା ।।
ତୁମେ ବୈକୁଣ୍ଠ ଭୂବନ / କରତା ବିଶ୍ଵ ବନ୍ଦନ
ବହୁରୂପୀ ନାରାୟଣ / କେ କରିବ ତୋ ବର୍ଣ୍ଣନା
ବିଶ୍ଵକର୍ମା/ , ଆଜି ପୁଣ୍ୟ ତିଥି / ମୋର ,ପୁଷ୍ପାଞ୍ଜଳି କର‌ ଘେନା
ମୁଁ, କରେ ତବ ଆରାଧନା ।।