ଦୁଃଖପରା ଆଜି  ସରୁନି ମୋହର
       କାହିଁକି ଡାକିବି ତୋତେ
ଦୁଃଖୀଙ୍କର ଦୁଃଖ ହରିବା ପାଇଁ ତୁ 
       ରହିଛୁ ହୋଇ ଜାଗ୍ରତେ  ।

ଜୀବନେ ମୋହର  ଦୁଃଖ ଭରିଦେଇ
       କି ଲାଭ ପାଉଛୁ ତୁହି
କାନ୍ଦି ମରୁଅଛି  ସାହା ପାଉନାହିଁ
      କେଉଁଠି ରହିଲୁ ତୁହି  ।

ଖୋଜିଖୋଜି ଆଜି ବଡ଼ଦାଣ୍ଡ  ତୋର
       ବସିଛି ତୋତେ ଅନାଇ
କେବେ ତୁ ଆସିବୁ  ମୋ ପାଖକୁ ଧାଇଁ
     ନେବାକୁ ମୋତେ କୋଳେଇ  ।

ଅତୀତ ମୋହର  କି ଥିଲା ଜାଣିନି
      ଟିକିଏ କାନ କହିବୁ
ଭବିଷ୍ୟତ ମୋର  ଲାଗେ ଅନ୍ଧକାର
       ବୁଝାଇ କହିବୁ ସଵୁ  ।

ବୁଝିଗଲେ ଥରେ   କହିବିନି ଆଉ
      ମୁଁ ନୁହେଁ ମୂର୍ଖ ମଣିଷ
ଆଖି ଲୁହ ମୋର    ଆଖିରେ ମରିବ
     କରିବି ଲଙ୍ଗଳେ ଚାଷ  ।

ଆହେ ଦୟାମୟ   ଦୟାର ଠାକୁର
     ଥରୁଟିଏ ଚାହିଁ ଦେଖ
ମାନ ଅଭିମାନ   ତେଜିଣ ହେ ପ୍ରଭୁ
     ଘୁଞ୍ଚାଇ ଦିଅ ମୋ  ଦୁଃଖ 

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ---୯୮୫୩୧୪୨୫୧୦