ଘର ମଇଳା ଫିଙ୍ଗିବାକୁ ରାଜ ଦାଣ୍ଡେ
ଆମକୁ ଲାଗେ ଭାରି ବଢିଆ
ଅଳିଆ କୁଣ୍ଡରେ ରଖିବାକୁ ବର୍ଜ୍ୟବସ୍ତୁ
ଆମକୁ ଲାଗେ ଭାରି ଅଡୁଆ
ଚଢ଼ିବାକୁ ଚକ ଚକିଆ ଦାମୀ ଗାଡି
ଆମକୁ ଲାଗେ ଭାରି ବଢିଆ
ହେଲେ ପିନ୍ଧିବାକୁ ଗୋଟେ ହେଲମେଟ
ଆମକୁ ଲାଗେ ଭାରି ଅଡୁଆ
ପରଘର ଝିଅ ବୋହୁ କଥା ଚର୍ଚ୍ଚା
ଆମକୁ ଲାଗେ ଭାରି ବଢିଆ
ହେଲେ ନିଜ ଘର କଥା ଉଠିଲେ
ଆମକୁ ଲାଗେ ଭାରି ଅଡୁଆ
ପର ରୋଜଗାର ଜାଣିବା ପାଇଁକି
ଆମକୁ ଲାଗେ ଭାରି ବଢିଆ
ନିଜ ରୋଜଗାର କଥା ପଚାରିଲେ କିଏ
ଆମକୁ ଲାଗେ ଭାରି ଅଡୁଆ
ଠେଲା ପେଲା ହୋଇ ଠାକୁର ଦର୍ଶନ
ଆମକୁ ଲାଗେ ଭାରି ବଢିଆ
ଧାଡିରେ ଯାଇ ଠାକୁର ଦର୍ଶନ କରିବା
ଆମକୁ ଲାଗେ ଭାରି ଅଡୁଆ
ମୋଟା ବେତନ ପାଇକି ଲାଞ୍ଚ ନେବା
ଆମକୁ ଲାଗେ ଭାରି ବଢିଆ
ହେଲେ ସ୍ୱଇଚ୍ଛାରେ ଆୟ କର ଦେବାକୁ
ଆମକୁ ଲାଗେ ଭାରି ଅଡୁଆ
ଗଛ ଓପାଡିବାକୁ ଆଉ ଗଛ କାଟିବାକୁ
ଆମକୁ ଲାଗେ ଭାରି ବଢିଆ
ହେଲେ ଜୀବନରେ ଗଛ ଲଗାଇବାକୁ
ଆମକୁ ଲାଗେ ଭାରି ଅଡୁଆ
ସଭା ସମିତିରେ ମାନବ ସେବା କଥା
ଆମକୁ ଲାଗେ ଭାରି ବଢିଆ
ପଡୋଶୀ ର ଦୁଃଖ ସମସ୍ୟା ଶୁଣିବାକୁ
ଆମକୁ ଲାଗେ ଭାରି ଅଡୁଆ
ବାହାରକୁ ଆମ ବଡ଼ପଣ ଦେଖେଇବାକୁ
ଆମକୁ ଲାଗେ ଭାରି ବଢିଆ
ହେଲେ ଦେଖିଲେ ଅନ୍ୟର ବଡ଼ପଣ ଗୁଣ
ଆମକୁ ଲାଗେ ଭାରି ଅଡୁଆ 

Writer's Details: ମହେଶ୍ୱର ଦାଶ, ନରସିଂହପୁର ଶାସନ ,କେନ୍ଦୁଝର
Content Category:
Submission Date: Sep 20, 2019