ସଅଳ ଆସନା ହେ' ମୃତ୍ୟୁ ପୁରୁଷ
ସଞ୍ଚୁଛି ମୋ ଅଭିଳାଷ
ସରସୀ ବିହୁନେ ବଞ୍ଚେ କି ସାରସ
ସରସ ବିନା ମନୁଷ୍ୟ..

ସହସ୍ର ଯୋଜନ ଚାଲିବାକୁ ଆଶ
ସଞ୍ଜିବନୀ ମୋ ବିଶ୍ୱାସ
ସକାଳ ଆଗରୁ ନହେଉ ମୋ ଶେଷ
ସଞ୍ଚିତ କିଛି ନିଶ୍ୱାସ..

ଶୁଖିଲାଣି ମୋର ଲେଖନୀ ନିର୍ଯାସ
ସପନ ହୋଇନି ଶେଷ
ସନ୍ତକ କାହାଣୀ ଅଛି ଅବଶେଷ
ସାଜିନି ସେ' ବଧୂ ବେଶ..

ସାଇତା ସୁକର୍ମ ସରଗ ପିୟୁଷ
ସୁଭାଷେ ମନ୍ମଥ ବାସ
ସୁମନ୍ତ୍ରିତ ଯେହ୍ନେ ବଳକା ଆୟୁଷେ
ସୁମଧୁର ରାଗ ରସ..

ସରସ୍ବତୀ ମା' କରୁଣା ଆଶିଷେ 
ଶବଦର ଫୁଟୁ ହସ
ସାହିତ୍ୟ ସୃଜନ ସଳୀତାର ଝାସେ
ସଂସାରୀ ଘେନୁ ପରସ..

ସଅଳ ଆସନା ହେ ମୃତ୍ୟୁ ପୁରୁଷ
ସରିନି ମୋ ଅଭିଳାଷ
ସତସଙ୍ଗ ଲଭି ସାଜେ ମୁଁ ମଣିଷ
ଶେଷ ହେଉ ଅବଶୋଷ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.