ଆଶ୍ଵିନ ମାସର ପ୍ରଥମ ପକ୍ଷ
ପିତୃପକ୍ଷ ବୋଲାଯାଏ
ସେଇ ପକ୍ଷର ଅମାବାସ୍ୟାଟି
ମହାଳୟା ନାମ ବହେ।
ହିନ୍ଦୁ ଧାର୍ମିକ ପରଂପରାରେ
ପିତୃପୁରୁଷଙ୍କ ପାଇଁ
ପିଣ୍ଡଦାନ ଅବା ଶ୍ରାଦ୍ଧ କାର୍ଯ୍ୟରେ
ଶ୍ରେଷ୍ଠ ବୋଲାଇ ଥାଇ ।
ଏହିଦିନ ପୁଣି ବ୍ରାହ୍ମଣ ଭୋଜନ
ଦେଲେ ପିତୃଶ୍ରାଦ୍ଧ କରି
ଉତ୍ତର ପିଢିର ସକଳ ଉନ୍ନତି
ପୁଣ୍ୟଲାଭ ହୋଇଥାଇ।
ସବୁ ଦାନକଲେ ମହାଦାନୀ କର୍ଣ୍ଣ
ଅନ୍ନଦାନ କଲେ ନାହିଁ
ଏକ ପକ୍ଷ ଅନ୍ନଦାନ କଲେ ପୁଣି
ଯମପୁରୁ ଆସି ରହି ।
ସେହି ପକ୍ଷ ହେଲା ପିତୃପକ୍ଷେ ଗଣା
ମହଳୟା ଆସିଥାଏ
ପାର୍ବଣ ଶ୍ରାଦ୍ଧର ଉତ୍ସର୍ଗ କରି
ମାନବ ଯେ ତୃପ୍ତି ହୁଏ।
ପିତୃପୁରୁଷ ଓ ସର୍ବଦେବ ରୁଷି
ଉପସ୍ଥିତି ପିଣ୍ଡାଳୟେ
ସେଥିପାଇଁ ତାର ନାମ ମହଳୟା
ବୋଲି କୁହାଯାଇଥାଏ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି, କେନ୍ଦୁଝର ।।
Content Category:
Submission Date: Aug 26, 2019