ବ୍ୟଙ୍ଗ ପୀଠ ଏମାର ମଠ - ସଞ୍ଜୟ ସାହୁ

0
ତିନି ଦିନ ତଳେ ପେପର ପଢିକି
ଯାଇଥିଲି ମୁହିଁ ପୁରୀ
ଆହାର କେନ୍ଦ୍ର ରେ ପାହାର ଖାଇକି
ପେଟ ଯାଇଥିଲା ଭରି
ବଡ଼ଦାଣ୍ଡେ ଘିରି ଘିରି,
ATM ଭିତରେ ରାତି ପାହିଗଲା
ଭିତରେ ପକେଇ ଦରି ।

ସକାଳରୁ ଦେଖି ମଠର ଉଛେଦ
JCB ର ଚକ ଚିହ୍ନ
ଭାବିଲି କୋଷ୍ଠି୍ର ପଞ୍ଚମ ଘରକୁ
ବୃହସ୍ପତି ଆଗମନ
ଛନଛନ ହେଲା ମନ,
ଏମାର ମଠ ଟି ଭଙ୍ଗାଯିବ ଆଜି
ବାହାରିବ ଗୁପ୍ତଧନ।

ଶୁଣିଥିଲି ଆଗେ ରୂପା ଇଟା ଥିଲା
ଏମାର ମଠ କାନ୍ଥରେ
କିଏ ସେ କହିବ ଆଉ କି ନଥିବ
ସୁନା ଇଟା ତା ଭିତରେ
ଏତେ ଟାଣୁଆ ଖରାରେ,
ଛିଡ଼ା ହୋଇହୋଇ ଅଂଶୁଘାତେ ଟଳି
ଏବେ ଡାକ୍ତରଖାନାରେ।

Writer's Details: ସଞ୍ଜୟ ସାହୁ, ବଡ଼ମ୍ବା, କଟକ
Content Category:
Submission Date: Aug 30, 2019

Post a Comment

0Comments
Post a Comment (0)