ଗହନ ରାତିକୁ ପଚାରି ବୁଝିବୁ
କେତେ ଭଲପାଏ ତୋତେ
ମୋଦେହ ଛାଇକୁ ଦେଖି ବୁଝିଯିବୁ
ମୋ ପ୍ରେମ ପବିତ୍ର କେତେ ।

ଆକାଶରୁ ମାଟି ମାଟିରୁ ଆକାଶ
ଯାହାଙ୍କୁ ଇଶାରା କରୁ
ଗୋଟିଏ ମୂହୁର୍ତ୍ତ୍ୱ ଦୂରେଇ ଗଲେତୁ
ଲୁହ ଝରେ ନୟନରୁ ।

ଅସହାୟ କରି କେମିତି ଯିବୁତୁ
ହାତରଖି ମୋର ହାତେ
ଗହନ ରାତିକୁ ପଚାରି ବୁଝିବୁ
କେତେ ଭଲପାଏ ତୋତେ ।

ସକାଳ ଖରାରେ ସଞ୍ଜ ଅନ୍ଧାରରେ
ଖୋଜେ ତୋତେ ଅହରହ
ତୋବିନା ମୁଁ ଶୁନ୍ୟ ଅଲୋଡା ଜୀବନ
ଅସମାପ୍ତ ଅସହାୟ ।

ହାରିଗଲା ପରେ ଜାଣିଯିବୁ ଧୀରେ
କେମିତି ବଞ୍ଚିଛି ସତେ
ଗହନ ରାତିକୁ ପଚାରି ବୁଝିବୁ
କେତେ ଭଲପାଏ ତୋତେ ।

Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Aug 30, 2019