ଏ ରଙ୍ଗ ମଞ୍ଚରୁ ନେଉଛି ବିଦାୟ 
ସରିଲା ମୋ ଅଭିନୟ
ଜନ ମନ ଜମା ଜିଣି ପାରିଲିନି
ଅବସ୍ଥା ମୋ ଦୟନୀୟ ।

ଧନର ବଳରେ ବଳିୟାନ ହୋଇ
ଛଳନା ଆଶ୍ରୟ ନେଇ
ଦେଇଛି ଅନେକ ମିଥ୍ୟା ପ୍ରତିଶୃତି
ଦେହ ସୁଖ ଟିକେ ପାଇଁ ।

କେତେକ ସୁନ୍ଦରୀ ଯଉବନ ଧାରି
ହୋଇ ମୋ ଶରଣାଗତ
କାମନା ନିଜର କରିଛନ୍ତି ଶାନ୍ତ
ସେ ପାପେ ମୁହିଁ ସଂପୃକ୍ତ ।

ଯଉବନ ନିଶା କଲା ଲୋକ ହସା
ଥିଲି ମୁଁ ଲମ୍ପଟ ଜଣେ
ଦାନ ଧର୍ମ ଦୟା କରି ନାହିଁ କେବେ
ବଞ୍ଚୁଥିଲି ମୁଢ଼ ପଣେ ।

ସରିଲା ବୟସ ଭାଙ୍ଗିଲା ସାହସ
ଅଙ୍କ ମୋର ହେଲା ଶେଷ
କଳଙ୍କିତ ଯେତେ ଅଭିନୟ ଥିଲା
କଲା ମୋତେ ଅଟ ହାସ୍ୟ ।

Writer's Details: ଟୁକୁନା ସାହୁ, ସାନ୍ତରା ପଲ୍ଲୀ, ଗଞ୍ଜାମ
Content Category:
Submission Date: Aug 31, 2019