ଏଇ ଅଳି ଶ୍ରୀଛାମୁ ହେ - ଶିବ ଚରଣ ମହାପାତ୍ର

0
ପହିଲି ପଲକ ଖୋଲୁ ତୁମପାଶେ
ଶ୍ରୀମୁଖ ଦର୍ଶନ ଲଭି
ତମାମ ଆୟୁଷ ସରିଯାଉ ମୋର
ତୁମ କଥା ଭାବି ଭାବି..

ମଙ୍ଗଳ ପ୍ରଭାତେ ତୁଣ୍ଡେ ମୋର ଝରୁ
ପ୍ରଭୁ ତୋର ଦିବ୍ୟନାମ
ନୟନ ଯୁଗଳେ ଅପରୂପ କାନ୍ତି
ହସୁଥାଉ ଜ୍ୱୋତି ସମ..

କରମ ଧରମ କଳ୍ପନା ଜଳ୍ପନା
ଚିରନ୍ତନ ଥାଅ ଚିତ୍ତେ
ତୁମେ ଏକା ମୋର ଚିରକାମ୍ୟ ପ୍ରଭୁ
ରହିଥାଅ ସାଥେସାଥେ..

ଅନ୍ଧକାର ପଥେ ତୁମେ ବତୀଘର
ଦିଶାହୀନ ମୁଁ ନଉକା
ତୁମେ ସହଯାତ୍ରୀ ତୁମେ ବଢି ନଈ
ତୁମେ ହିଁ ନାଉରୀ ଟୋକା..

ତୁମେ ମୋ ନିଶ୍ୱାସ ତୁମେ ମୋ ବିଶ୍ୱାସ
ବଞ୍ଚିବା ଶେଷ ପ୍ରୟାସ
ତୁମ ପାଦତଳେ ମନ ମୋର ଥାଉ
ସାଜି ମୋ ଶେଷ ନିର୍ଯାସ..

ମହାପାପୀ ଅବା ଦୀନହୀନ ବୋଲି
ଆଡେଇ ଦେବନି ମୋତେ
ସବୁ ପଥ ଶେଷ ତୁମ ପାଦେ ହେଉ
ଯାଏ ମୁହିଁ ଯେଉଁ ପଥେ..

ଏତିକି କରୁଣା ରଖିଥିବ ମୋ'ରେ
ଜଗତମୋହନ ପତି
ମୁଁ ମଲାପରେ ବାସ୍ନାୟିତ ଥିବ
ମୋର ଏ ଅଲୋଡା ପ୍ରିତି..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.

Post a Comment

0Comments
Post a Comment (0)