ଦେବ ଶିଳ୍ପୀ ହେ !! 
ବିଶ୍ଵ ବିସ୍ମୟ
ତୁମେ ଯେ ବିଶ୍ୱକର୍ମା,
ପ୍ରଭାସ ଔରସୁ
ଯୋଗସିଦ୍ଧା ଗର୍ଭୁ
ଜନ୍ମନେଲ ଯୋଗଜନ୍ମା,
କେହି କହେ ପୁଣି
ନାଭି କମଳରୁ ଜନ୍ମ ତୁମର
ପିତା ପ୍ରଜାପତି ବ୍ରହ୍ମା ।
ବଟାଳ ମାର୍ତ୍ତୁଲି ବାମ ହସ୍ତେ ଧର
ଦକ୍ଷିଣେ ଚକ୍ର ଆଶୀର୍ବାଦ କର
ଗଳେ ରତ୍ନହାର କର୍ଣ୍ଣେ କୁଣ୍ଡଳ
ଭୂଷଣ ନାନାଳଙ୍କାର ।
ଜ୍ଞାନ ସମୃଦ୍ଧ ଦିବ୍ୟ ପରିହିତ
କିଶୋର ପରାଏ ହୁଅ ପ୍ରତିଭାତ
କରିତ୍ କର୍ମା ତୁମେ
ସକଳ ସୃଷ୍ଟିର
ବିମାନ ଶସ୍ତ୍ର ଶିଳ୍ପ ଶ୍ରେଷ୍ଠ
ତୁମ ଦ୍ଵାରା ବିନିର୍ମିତ।
ଅମରାବତୀର ନିର୍ମାଣ କଲ
ଶ୍ରେଷ୍ଠ ତୁମ ନିଦର୍ଶନ,
ପଞ୍ଚ ଅବତାରେ ପ୍ରକାଶିତ ତୁମେ
ମନୁ, ମୟ,ତ୍ଵଷ୍ଟା, ଶିଳ୍ପୀ ଦେବଜ୍ଞ
ରୁଷି ପଞ୍ଚ ପୁତ୍ର ଦାନ ।
ଦାରୁଦିଅଁ ମଧ୍ୟେ ଐଶ୍ୱର୍ଯ୍ୟ ଭରିଲ
ବୁଢା ମହାରଣା ରୂପେ
ସ୍ବର୍ଣ୍ଣ ଲଙ୍କାପୁର ଦ୍ବାରିକା ଧାମ
ସ୍ପର୍ଶରେ ତୁମର ଅପରୂପ ହେଲା
ଆଜିବି ପୁରାଣ ଜପେ ।
ଭାଦ୍ରବ ମାସର କନ୍ଯା ସଂକ୍ରାନ୍ତିରେ
ମର୍ତ୍ତ୍ୟେ ବିରାଜିତ ମୃଣ୍ମୟ ତୁମ ମୂର୍ତ୍ତୀ
କୃତଜ୍ଞତା ଭରେ ହେ ସ୍ରୁଷ୍ଟିକାରୀ
ଘେନ ଶ୍ରଦ୍ଧାଞ୍ଜଳି ପ୍ରିତୀ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି, କେନ୍ଦୁଝର ।
Content Category:
Submission Date: Sep 12, 2019