ଭିକ୍ଷା ଥାଳ ଧରି   ଭିକ୍ଷା ମାଗିବାକୁ 
      ନାହିଁମୋ ମନରେ ଭୟ
ବାରଦ୍ଵାର ବୁଲି   ତୋର ନାମ ଗାଇ
       କରୁଥିବି ଜୟ ଜୟ ।

ମାଗୁନାହିଁ ଧନ   ରୂପ ଯୌବନ ମୁଁ
       ମାଗୁଛି କରୁଣା ଟିକେ
କହରେ କାଳିଆ   ତୁ ବଡ଼ ଛଳିଆ
       କାହିଁକି ମୁଁ ଆଜି ଡାକେ ।

ଭିକାରୀ କରିବା  ଥିଲା ଯେବେ ଇଚ୍ଛା
       କରିନାହିଁ  ଅଭିମାନ
ତଥାପି କହୁଛି   ଆହେ ମହାପ୍ରଭୁ
      ତୁମେ ମୋର ଭଗବାନ ।

ମୋ ଭାଗ୍ଯ ଆକାଶେ ଉଇଁବନି କେବେ
         ସକାଳ ସୂରୁଯ ସେହି
ଜାଣିଛି ଆଜି ମୁଁ   ତୁମ୍ଭ ପରାକ୍ରମ
         ପାରିବିନି କେବେ କହି ।

ପଢୁନାହିଁ କେହି   ଗୀତା ଭାଗବତ
            ସଵୁତ ଗଲେଣି ଭୁଲ
ଦିଅ ଆଶୀର୍ବାଦ  ମୋତେ ମହା ପ୍ରଭୁ
            ଦୈନିକ ପଢିବି ବୋଲି ।

କଲମର ମୁନେ   ଶକ୍ତି ଦିଅ ପ୍ରଭୁ
          କଲମୁ ନଶୁଖୁ କାଳି
ହାତ ମୋର ଆଜି   ଲେଖିଚାଲୁ ଥାଉ
          ତୁମ ନାମ ଗୁଣାବଳୀ  ।

ଏଥିରୁ ବଞ୍ଚିତ   କଲେ ମହାପ୍ରଭୁ
         ମୋ ଜୀବନ ନେଇ ଯାଅ
ଏହି ଭିକ୍ଷା ଆଜି  ମାଗୁଛି ତୁମକୁ
          ଥାଳ ମୋର ଭରି ଦିଅ  ।।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦