● *ଆସ ଗୋ' ମାନିନୀ..* ●

ମରୁବାଲି ପରେ ତପ୍ତ ବାଲୁକା ମୁଁ
ତୁମେ ବୁନ୍ଦେ ପ୍ରିତି ବାରି
ନିଦାଘ ଜ୍ଜଳନ ହୃଦୟକୁ ଚିରି
ଆସିଯାଅ ଥରେ ଝରି..

ଫେରିବ ବୋଲିତ ତୁମ ପଥ ଚାହିଁ
ସାଜିଛି ଗୋଲାପି ପ୍ରିତି
ଲୁଚେଇ ଦେଇଛି ଅଦେଖା ଯନ୍ତ୍ରଣା
ସହିଥିଲା ଯାହା ଛାତି..

ତୁମ ଆଗମନେ ରିକ୍ତ ଶୋଣିତ
ଭାଙ୍ଗିଦେବ ମନସ୍ତାପ
ଭିଜାଦେହ ବାସ୍ନା ମହକି ଉଠିବ
ଯେହ୍ନେ ବାସ୍ନାୟିତ ଧୂପ..

ପ୍ରଶାନ୍ତି ଚିତ୍ତରେ ତୁମ ସ୍ନେହ ପ୍ରେମ
ଅଙ୍ଗେ ଅଙ୍ଗେ ଯିବେ ଲାଖି
ନଇଁଯିବେ ଫୁଲ ଲାଜରେ ଲାଜରେ
ତୁମ ରୂପ ରଙ୍ଗ ଦେଖି..

ଝରିଯିବ ମଧୂ ମନ କଦମ୍ବରୁ
ଯମୁନା ଯିବ ଚହଲି
ଲେଖନୀ ଶବଦ ଜୀବନ୍ଯାସ ପାଇ
କବିତା ପଡିବେ ଝୁଲି..

ସାତପର ଲାଗେ ଏ ସାରା ଦୁନିଆ
ତାରା ଭରା ଜହ୍ନରାତି
ତୁମେ ଏକା ଲାଗ ନିଜଠୁ ନିଜର
ଆପଣାର ତୁମ ପ୍ରିତି..

ଆସ ଗୋ' ମାନିନୀ ଅବଶ ଯାମିନୀ
ଉଛୁର ହେଲାଣି ମନ
କେତେଦିନ ଆଉ ଜହ୍ନ ଆଲୁଅରେ
ଭିଜିବ ଦେହ ଦହନ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.