ପାଇବାଟି ଯଶରେ - ଶିବ ପ୍ରସାଦ ସାହୁ

0
ଫେରିଗଲା ଶ୍ରାବଣ
     ଭୋଦୁଅ ତ ଆସିଲାଣି 
             ନାହିଁ ବର୍ଷା ଲଗାଣ ।।
ଭାଦ୍ର ଶୁକ୍ଳ ଚତୁର୍ଥୀ 
   ଗଣପତି ପୂଜା ହେବେ 
             ଆସିଅଛି ତିଥିଟି ।।
ଗଣେଶଙ୍କ ପୂଜାରେ 
  ବିଦ୍ୟାଳୟେ ହେବ ସତେ 
           କେତେ ଖୁସି ମଜାରେ ।।
ରଙ୍ଗରଙ୍ଗି କାଗଜେ 
  ଝଲମଲ ବିଦ୍ୟାଳୟ 
        କି ସୁନ୍ଦର ଦିଶେଯେ ।।
ପିନ୍ଧି ନୂଆ ପୋଷାକ 
  ପୂଜିଦେବେ ଗଣେଶଙ୍କୁ 
          ମନେ ଭରି ପୂଲକ ।।
ଅଗ୍ରପୂଜ୍ୟ ଠାକୁର 
 ପୁଷ୍ପାଞ୍ଜଳି ଦେବେ ତାଙ୍କୁ 
          ଆଣି ଫୁଲ ଚାଉଳ ।।
ଭକ୍ତି ଭରି ମନରେ 
 ପୂଜା କଲେ ଗଣେଶଙ୍କୁ 
         ପାଇବାଟି ଯଶରେ ।।
ଜ୍ଞାନ ଦୀପ ଜଳାଇ 
  ଏକଦନ୍ତ ପୂଜି, ଦେବା 
         ଅଜ୍ଞାନକୁ ହଟାଇ ।।

ଶିବ ପ୍ରସାଦ ସାହୁ 
ଗୋପିନାଥପୁର ସାହି, ଚାନ୍ଦପୁର,ନୟାଗଡ଼ 
ପିନ୍-୭୫୨୦୨୪, ମୋ-୯୬୯୨୩୭୪୬୫୯

Post a Comment

0Comments
Post a Comment (0)