ସ୍ଥୁଳ ପୃଥିବୀଟା ସିନା ସୁନ୍ଦର
ହେଲେ କେବେ ଦେଖିଛ କି ତାର ସୂକ୍ଷ୍ମ ରୂପ ?
ପାନରୁ ଚୂନ ଖସିଗଲେ......
ଅନ୍ତରଙ୍ଗଟା ବୈମାନ ସାଜି ଶତ୍ରୁ ପାଲଟିଯାଏ
ଭାଇ ବି ସାଜେ ଭାଗାରୀ,
ଅନ୍ୟାୟରେ ଜିତାଇବାକୁ ବାଧ୍ୟ କରୁଥିବା ନ୍ୟାୟଶୂନ୍ୟ ମାନବଟା,
ଗୁଣୀକୁ ବି ଦେଖାଏ ମଶାଣୀର ବାଟ,
ନିର୍ଭୁଲ କୁ ବି ଧରାଏ ଭୁଲର କଳଙ୍କିତ ପ୍ରମାଣପତ୍ର,
ବାଃ ଚମତ୍କାର ! ଚାମତ୍କାର ଏ...
ସ୍ୱାର୍ଥପର ମାନବର ବିକୃତ ବହୁମୁଖୀ କଦର୍ଯ୍ୟ ଚିନ୍ତାଧାରା !!!
ସେ ସିନା ତ୍ୟାଗ କରିଦିଏ ସର୍ବସ୍ୱ,
ହେଲେ କେବେ କଣ ଚାଖିପାରେ
କୃତଜ୍ଞତାର ପ୍ରୀତିପୂର୍ଣ୍ଣ ମଧୁ,
ପ୍ରତି ମୁହୂର୍ତ୍ତରେ ତା ହିଂସୁକ ଭାଇ ବନ୍ଧୁ ଆତ୍ମୀୟଗଣ,
ଦେଖୁଥାନ୍ତି ତାର ଅଧଃପତନର ଦିବାସ୍ବପ୍ନ,
କୁମ୍ଭୀର କାନ୍ଦଣାବି ଶେଷରେ କରେ କୃତ୍ରିମ ତାଚ୍ଛଲ୍ୟ ପ୍ରହସନ,
ମୂର୍ଖତାର ଅଜ୍ଞାନ ଚକ୍ଷୁ ଖୋଲିଯାଏ...
ସଂଶ୍ଲେଷଣ ଓ ବିଶ୍ଳେଷଣର ଲୁଚକାଳି ଖେଳରେ,
ଆବିଷ୍କାର କରେ ହସ କାନ୍ଦର କେତେ ଯେ ମୁଖା,
ସାଥୀର ଅସଫଳତାରେ ନ ଝରାଇ ରହିପାରେନାହିଁ....
ତା ରୋଗାକ୍ରାନ୍ତ ଆଖିର ଛଲନାର.. ଟପ ଟପ କେଇବୁନ୍ଦା ବିଷାକ୍ତ ଲୁହ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.