ମାଆ ଭାରତୀର ସୌଭାଗ୍ୟ ବିଜୟ 
ସ୍ଵାଧୀନତା ଚିରଛବି ,
ଫରଫର ହୋଇ ତ୍ରିରଙ୍ଗା ଉଡୁଛି
ନଭକୋଳେ ହସେରବି ! !

ଶୁଭ ଲଗନର ଅପୁର୍ବ ସଂଯୋଗ
ପରବ ମାହୋଲ ପ୍ରୀତି ,
ରାକ୍ଷୀ ସାକ୍ଷି କୀର୍ତ୍ତି ସ୍ଵାଧୀନତା ସ୍ମୃତି
ଜ୍ୟୋତିର୍ମୟ ଏ'ସଂସ୍କୃତି ! !

ଏକ ଦିବସରେ ସ୍ମୃତି ଭାସି ଉଠେ
ଦୁଇପର୍ବ ଏକବାର୍ତ୍ତା ,
ଦେଶର ସୁରକ୍ଷା ଭଗିନୀର ରକ୍ଷା
ଭାତୃପ୍ରେମ ସନ୍ନିହିତା ! !

ମାଆ ଭାରତୀର ସ୍ଵପ୍ନ ପ୍ରାଣମିତ
ବିଜୟ ତ୍ରିରଙ୍ଗା ଧ୍ଵଜା ,
ଅଖଣ୍ଡ ଭାରତ ବିଶ୍ଵରେ ବଦିତ
ବିଭିନ୍ନତା ମଧ୍ୟେ ଉର୍ଜା ! !

ସ୍ଵପ୍ନ ବିଭୂଷିତ ସମର୍ପଣେ ହିତ
ସ୍ଵାଧୀନ ଚେତନା ଦେଶ ,
ଜନ ମଙ୍ଗଳର ସର୍ବଶ୍ରେଷ୍ଠ ରାଷ୍ଟ୍ର
ମୁଖେଆଣେ ଚିରହସ ! !

କେତେ ବଳିଦାନ ସ୍ଵାଧୀନତା ଫଳ
ସଂଘର୍ଷର ପରିଣାମ ,
ଇତିହାସ କହେ ସ୍ମୃତି ଅବକାଶେ
ଭାରତର ପରାକ୍ରମ ! !

ଅହିଂସାର ମନ୍ତ୍ର ନିଆରା ଏ'ତନ୍ତ୍ର
ମହାତ୍ମାଙ୍କ ବ୍ରହ୍ମଅସ୍ତ୍ର ,
ଇଂଗ୍ରେଜ ସାଶକ ନୁଆଇଁ ମସ୍ତକ
ଛାଡିଲା ସ୍ଵର୍ଣ୍ଣ ଭାରତ ! !

ପ୍ରଜାମେଳି ଠାରୁ ପାଇକ ବିଦ୍ରୋହ
ସବୁଠି କଳିଙ୍ଗ ଛାପ ,
ଦେଶପ୍ରେମ ପାଇଁ କଳିଙ୍ଗ ନିବାସୀ
ଥିଲେ ଯୋଗ୍ୟବର ନୃପ ! !

ଦେଶର ସଂସ୍କୃତି ଉତ୍କଳେ ଭାସୁଛି
ନିଆରା ସମ୍ବନ୍ଧ ଡୋରି ,
ସବୁ ରୀତିନୀତି ଉତ୍କଳ ବିଭବି
ଜୟଜଗନ୍ନାଥ ହରି ! !

ସୀମାରେ ଜଗିଛି ଜାଗ୍ରତ ପ୍ରହରୀ
ଭଗିନୀର ସୁନାଭାଇ ,
ରାକ୍ଷୀ ସ୍ମୃତି ପ୍ରୀତି ନୟନେ ଭାସୁଛି
ଜାତୀୟତାବୋଧ ନେଇ ! !

ଭାରତ ଭୂସର୍ଗ କାଶ୍ମୀର ଭୂଖଣ୍ଡ
ଅତୁଲ୍ୟ ଭାରତ ପ୍ରୀତି ,
ସ୍ଵାଧୀନତା ସ୍ଵାଦ ହେଲା ବିଚ୍ଛୁରିତ
ନିଆରା ଏ'ଯଶକୀର୍ତ୍ତି ! !

ସ୍ଵାଧୀନ ଭାରତ ସମୃଦ୍ଧିର ମିତ୍ର
ଏକତାର ଭବ୍ୟ ଦେଶ ,
ତେସ୍ତରୀତମ ଏ'ସ୍ଵାଧୀନ ଦିବସ
ସର୍ବମୁଖେ ଆଣୁହସ ! !

ସ୍ଵାଧୀନତାଡୋରି ହସ୍ତେ ବାନ୍ଧରାକ୍ଷୀ
ଭାଇଚାରା ହେଵସୃ୍ଷ୍ଟି ,
ହେ'ଭଗ୍ନୀ ଭ୍ରାତାଗଣ ରଖନିଜ ପଣ
ଆଶିର୍ବାଦ ହେଵ ବୃଷ୍ଟି ! !

Writer's Details: ସଦାନନ୍ଦ ସାହୁ , ଧୁରୁଷିଆ , ଆଠଗଡ଼ , କଟକ
Content Category:
Submission Date: Aug 15, 2019