ସ୍ଵାଧୀନତା ଆଜି ଧକେଇ କାନ୍ଦେ
ତ୍ରିରଙ୍ଗା ପତାକା ଚାହିଁ
ଚେତନା ହୋଇଛି ତନ୍ଦ୍ରା ଆଛନ୍ନ
ପାରିବକି ସିଏ ରହି ??
ଜୀବନ ଜୁଝୁଛି ଯନ୍ତ୍ରଣା ଜୁଇରେ
ପରାଧୀନତାର ବିଭତ୍ସ ଚେହେରା
ଚିତ୍କାର କରେ
ବୀର ପୁତ୍ରଙ୍କୁ ମନେ ପକାଏ ।

ଭାରତ ନାମ ତା ବିଶ୍ବ ବିଦିତ
ଅତୁଟ ଶ୍ରଦ୍ଧା ସମ୍ମାନେ
ଗଣତନ୍ତ୍ର ଆଜି କବର ଭିତରେ
ଆତ୍ମ ପ୍ରତ୍ଯୟ ଅହଂକାର ଗ୍ରାସେ
ଅଭୂଲା ସ୍ମୃତି ତା ଆଖି ଆଗେ ଆସେ
ସ୍ଵର୍ଣ୍ଣପ୍ରସୁ ତା ନାଆଁଟା କେମିତି
ଆଜି ଲିଭି ଲିଭି ଯାଏ ,
ନିଜ ସନ୍ତାନ ଅବିବେକୀ ସାଜେ
କାହାକୁ କହିବ ସିଏ ??

ବିଜୟ ଉତ୍ସବ ପାଳୁଛି ସେ ଆଜି
ଅଶ୍ରୁ ଧାର ତା ବହେ
ସୀମାନ୍ତ ତାହାର ଥରହର ହୁଏ
ତ୍ରସ୍ତ ହରିଣୀ ପ୍ରାୟେ
କେତେ ସନ୍ତାନ ଜୀବନ ଅକାଳେ
ତା'ପାଇଁ ମଉଳି ଯାଏ
ନିଜ ଇଚ୍ଛାରେ ଜିଇଁବା ଟା ସ୍ବପ୍ନ
ମରି ମରି ନିତି ଜିଏଁ  ।

ଅମୃତର ମଧୁ ଝରଟିଏ ସିଏ
ଗମ୍ଭୀର ତାର ସ୍ବରେ
ଡାକରା ଦେଇଛି ଶତ୍ରୁ ପକ୍ଷକୁ
ଜଗାଇ ଶିକ୍ଷା ମର୍ମରେ
ସ୍ବଧୀନତା ତାର ମୂଲ୍ୟହୀନ ନୁହେଁ
ଆସିଛି ସମୟ ଜାଗିବେ ତା ପୁତ୍ର
ହେବେନାହିଁ ଭ୍ରଷ୍ଟରେ
ପ୍ରତିଛବି ତାର ଉଦ୍ଭାସିତ ହେବ
ଉଜୁଳି ଚାହିଁବ
ଧୂଳି ପ୍ରସ୍ତର ତଳେ
ସଂହାର ତୋଳିବା ଚାହେଁନା ତ ସିଏ
ଲକ୍ଷ ତାର ସୃଷ୍ଟିରେ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି , କେନ୍ଦୁଝର ।
Content Category:
Submission Date: Aug 15, 2019