ମୋତେ ମନ୍ତ୍ର ମାଗିବୁ ତନ୍ତ୍ର ମାଗିବୁ ଯନ୍ତ୍ର ମାଗିବୁ ନାହିଁ,
କି ବୁଦ୍ଧି ଦିଶିଲା କାଳ ତ ଗ୍ରାସିଲା ଏହି ଯନ୍ତ୍ର ଟିକୁ ପାଇ,
କର୍ମ ମୁଁ ଛାଡ଼ିଲି ଧର୍ମ ଉଜାଡିଲି ବିଜ୍ଞାନର ଦ୍ୱାହି ଦେଇ ।
ନା ଆଗକୁ ଚାହିଁଲି ପଛ କୁ ଚାହିଁଲି ଚାଲିଲି ଯନ୍ତ୍ର କୁ ନେଇ,
ପଥ ହାବୁଡିଲି ଯେତେ ମୁଁ ଡାକିଲି କେହି ତ ଶୁଣିଲେ ନାହିଁ ।
ବୃକ୍ଷ ତରୁ ଲତା ଧୀରେ ଧୀରେ ଆସି କର୍ଣ୍ଣ ରେ ଗଲେ କହି,
ଧିକ୍ ତ ଜୀବନ ଧିକ୍ ତ ଜୀବନ ଯନ୍ତ୍ର ମାନବ ଯେ ତୁହି ।
ତେଣୁ ବାବୁ ତୋତେ ଯନ୍ତ୍ର ଦେବିନି କର୍ମେ ହୋଇବୁ ବୀର,
କର୍ମ ଧର୍ମ କରି ବଡ଼ ଯେ ହୁଅଇ ନର ଜନ୍ମ ଧନ୍ୟ ତା'ର ।
Writer's Details: Kaibalya Nayak
Nayabazar, Thanachhak, Bhadrak,Odisha
Content Category:
Submission Date: Aug 15, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.