ରାଖୀ ପୂର୍ଣ୍ଣିମାରେ ଲେଖୁଛି ଲୁହରେ
କେଉଁ ଦୂର ଦେଶେ ରହିଛୁ କି ବେଶେ
ଭଗିନୀ ମୋ ଆପଣାର ।
ଅଭିମାନ କରି ଦୂରେ ଗଲୁ ଚାଲି
ଛାଡି ତୋ ଆପଣା ଘର
କାହା ଅଭିଶାପ ଭରିଲା ସନ୍ତାପ
ଛିଣ୍ଡାଇ ସେନେହ ଡୋର ।
ତୁ' ଗଲାପରେ ହୃଦୟ ମୋ ଝୁରେ
ଶ୍ରାବଣୀରେ ରାଖୀ ପାଇଁ
ଲାଗେ ମୋତେ ସତେ ଅଛୁ ମୋର ପାଶେ
ସେନେହ କାଙ୍ଗାଳୀ ହୋଇ ।
ମଥାରେ ମୋହର ବିଜୟ ତିଳକ
ଟାଣିଥିଲୁ ଶେଷଥର
ନ ରଖିଲି ତୋର ଭରଷା, ବିଶ୍ବାସ
ଟାଣିଲି ବିଭେଦ ଗାର ।
ଗଗନରେ ରହି ରହିଥିବୁ ଚାହିଁ
ଦେଇ ତୋ ସ୍ବର୍ଣ୍ଣାଭ ଆଭା
ରାଖୀ ଟିଏ ପରା ନୁହେଁ ଖିଏ ସୂତା
ଅଟେ ଏ ସଂସାର ଶୋଭା ।
Writer's Details: ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦Content Category:
Submission Date: Aug 15, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.