ଏ ଶ୍ୟାମ ସୁନ୍ଦର କିମିଆ କରିଛି
ସେଇଦିନ ଠାରୁ ସଖି ,
ଯୋଉଦିନ ଠାରୁ ତାଆରି ଉପରେ
ପଡ଼ି ଯାଇଛି ମୋ ଆଖି ।

ଲୁଟି ନେଇଛି ସେ ସକଳ ଭାବନା
କେଉଁଠି ଲାଗେନା ମନ ,
ଏକାଗ୍ର ଚିତ୍ତରେ କୃଷ୍ଣ କଥା ଭାଳି
ସାରୁଅଛି ରାତି ଦିନ ।

କିଏ କି କହିଲା-କାହାର କି ଗଲା
ସେଥିରେ ନ ଜଡ଼େ ଚିତ୍ତ ,
ସହଜରେ ବୁଝି  ପାରେନା ମୁଁ  ସଖି-
କିଏ ମୋ ଭଗାରୀ-ମିତ !!

ସବୁକିଛି ମୋତେ ଦିଶେ କୃଷ୍ଣମୟ 
ନାହିଁ ହିତାହିତ ଜ୍ଞାନ ,
କଲା କି କୁହୁକ,ତାଆରି ପ୍ରେମରେ
ଲାଖିଗଲା ଏଇ ମନ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।