ପତଂଜଳି ମହାମନା ଜଗତକୁ ସମର୍ପଣ କଲେ ଯୋଗ
ଯୋଗ କଲେ ଯାହା ସମୃଦ୍ଧ ହୁଏ ଶରୀର ମନର ବେଗ ।
ପ୍ରାତ ସମୟରୁ ନିତ୍ୟ କର୍ମ ସାରି ପ୍ରାତ ଭ୍ରମଣରୁ ଫେରି
ଖୋଲା ସ୍ଥାନ ଯହିଁ ପବନ ଆଲୋକ ମୁକ୍ତ ଚଳାଚଳ କରି ।
ଶାନ୍ତ ସମାହିତ ଚିତ୍ତ ବୃତ୍ତେ ପଦ୍ମାସନ ଅବା ସିଦ୍ଧାସନ
ଭସ୍ତ୍ରିକା କଲେ ଶରୀରୁ ମଇଳା ହୋଇବଟି ନିଷ୍କାସନ ।
କପାଳ ଭାତି ର ପବନ ବୁହାଇ ଭିତର କରିବା ସଫା
ଅନୁଲୋମ ବିଲୋମ ଭ୍ରମରୀ ଉଦଗ୍ରୀବ ପ୍ରାଣାୟାମ ପାଂଚଦଫା ।
ପବନ ମୁକ୍ତାସନ ନୌକାସନ ସାଥିରେ ଧନୁରାସନ
ନୋଳି ନେତିଲୋଟା ଭୁଜଂଗାସନ ଆବର ମୟୂରାସନ ।
ସୂର୍ଯ୍ୟ ନମସ୍କାର ବାର ବାର ଥର ଅସ୍ଥି ମଜ୍ଜା ମହୌଷଧି
ଘଣ୍ଟାଟିଏ ନିଜ ପାଇଁ ଦେଲେ ଆମେ ଚୁଲିକି ଯିବ ଔଷଧି ।
ଫାଷ୍ଟ ଫୁଡ୍ ଖାଇ ମେଦ ବୃଦ୍ଧି କରୁ ଟିଭି ମୋବାଇଲ ସାଥୀ
କସରତ ନାହିଁ ଅଳସୁଆ ହୋଇ ରୋଗ ସାଂଗେ କରୁ ପ୍ରୀତି ।
ଅବ୍ୟବସ୍ଥିତ ଜୀବନ ଶୈଳୀ ବସ୍ତୁବାଦର ରାଜୁତି
ବ୍ୟସ୍ତ ବିବ୍ରତ ଧାଇଁ ଦଉଡରେ ହୋଇ ଆଉଟି ପାଉଟି ।
ଏକୋଇଶ ଜୁନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ
ବିଶ୍ୱ ସମୁଦାୟ ପାଳୁଛି ଆଦରେ ଭାରତର ବରଦାନ ।
ଯୋଗ ପ୍ରାଣାୟାମ ଜୀବନ ନାଟିକା ରେଚକ ପୁରକ ବଳ
ଯୋଗେଶ୍ୱର ବାଣୀ ଯୋଗ କ୍ଷେମ ଆମ ବହିବେ ବିଭୁ ସକଳ ।

Writer's Details: Bisweswar Majhi
Content Category:
Submission Date: Aug 05, 2019