ଉଡୁ ପତିତପାବନ ବାନା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ଡକା ବାଜୁଛି ମହିଁମା ହେ
• ଡକା ବାଜୁଛି ମହିଁମା,
• ଡାକୁଛି ଆରତୀ ‌ହରଣେ ବିପତ୍ତି
•                 ବାରେ ଶୁଣ ତ ମଣିମା ହେ ,
• ଡକା ବାଜୁଛି ମହିଁମା ହେ ।।
•
• ଡରଲାଗେ ଦେଖି ଦୁନିଆଁ ରିତି
• ଡରିଯାଉଛ କି ମୋ ଦୁଃଖ ଦେଖି,
• ବେଦନାଭରା ମୋ ସଂସାର ପଥ
• ଦେଖ ଚକା ଆଖି ବିଶ୍ଵ ସମ୍ରାଟ,
• ବିକଳ ଡାକୁଛି ଅରଜି ଵାଢୁଛି
•                    ନଶୁଣୁଛ କିଆଁ ଜମା ହେ ,
• ଡକା ବାଜୁଛି ମହିଁମା ହେ ।।
•
• ଡୁବି ଡୁବି ଯାଏ ଜୀବନ ସୂର୍ଯ୍ୟ
• ଡୋରେ ବାନ୍ଧି ନେବ କାଳ ନିଧାର୍ଯ୍ୟ,
• ଡେରିକଲେ ଜୀବ ନରକ ଗାମି
• ଡେରି କର ନାହିଁ ‌ହେ ଅନ୍ତର୍ଯ୍ୟାମୀ,
• ବେଳ ବୁଡି ଯାଏ ଆୟୁ ସରିଯାଏ
•              କୃପା ନେତ୍ରେ ଥରେ ଅନା ହେ ,
• ଡକା ବାଜୁଛି ମହିଁମା ହେ ।।
•
• ଡଙ୍ଗର ନିବାସି ନୀଳମାଧବ
• ଡାକଇ କାତରେ ଶୁଣ ମୋ ଧବ,
• ପାର୍ଥିବ ସମ୍ପତ୍ତି ମୋ ଲୋଡା ନାହିଁ
• କବି ଫୁଲ କବି ପ୍ରଫୁଲ୍ଲ ଡାକଇ,
• ଉଡୁ ଫରହରେ ସଂସାରେ ଠାକୁରେ
•                    ତବ,, ପତିତପାବନ ବାନା ହେ ,
• ଡକା ବାଜୁଛି ମହିଁମା ।।

Post a Comment

0Comments
Post a Comment (0)