ବନ୍ଧୁ ବୋଲି ଜଗନ୍ନାଥ
ହୃଦୟେ ମଣିଛି
ମୋ ବିଶ୍ୱାସ ଚନ୍ଦନ ତୋ
ଶ୍ରୀଅଙ୍ଗେ ଲେପୁଛି...
ଦେଖିନାହିଁ ତୁମ ପରି
ବନ୍ଧୁ ଜଣେ କେହି
ଭଲ ମନ୍ଦ ସୁଖେ ଦୁଃଖେ
ଥାଅ ଛାଇ ହୋଇ...
ମଧୁଝରା ପ୍ରିତି ତୋର
ଅମୃତ ସାଗର
ବନ୍ଧୁ ପାଇଁ ସାଜି ପାର
ତୁମେ କ୍ଷୀରଚୋର...
ବନ୍ଧୁ ମହାନ୍ତି ଭୋକିଲା
କ୍ଷୁଧା ପ୍ରଶମିତେ
ଅନ୍ନ ଘେନି ପରଶିଲ
ପ୍ରଭୁ ଅର୍ଦ୍ଧ ରାତ୍ରେ...
ଗରିବ ଭିକ୍ଷୁକ ବନ୍ଧୁ
ସୁଦାମା ବ୍ରାହ୍ମଣ
ହୃଦ ଦୁଃଖ ବୁଝି ପ୍ରଭୁ
ଫେଡିଲ କଷଣ...
ବନ୍ଧୁ ପଦ କଣ୍ଟାଘାତେ
ତୋ ରୁଧିର ଝରେ
ତା' ଓଠର ହସ ଦେଖି
ନେତ୍ରେ ଖୁସି ଭରେ..
ମାଗୁନାହିଁ କିଛି ସୁଖ
ସେ ବନ୍ଧୁତା ଚାହେଁ
ବନ୍ଧୁ ପଣେ ଭାବ ନେଇ
ନିତି ଛୁଉଁ ଥାଏ ...
ଥିଲା ରହିଛି ରହିବ
ଅତୁଟ ବନ୍ଧନ
ମୁଁ ତୋ' ଫୁଲ ତୁ ମୋର
ମଳୟ ପବନ...
ତୁମେ ବନ୍ଧୁ ତୁମେ ସଖା
ଜଗତ ଈଶ୍ୱର
ତୁମେ ମୋର ପ୍ରାଣପ୍ରିୟ
ଅତି ଆପଣାର...
ହେ ଜଗତ ଠାକୁର..
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
ମୋ ବିଶ୍ୱାସ ଚନ୍ଦନ ତୋ
ଶ୍ରୀଅଙ୍ଗେ ଲେପୁଛି...
ଦେଖିନାହିଁ ତୁମ ପରି
ବନ୍ଧୁ ଜଣେ କେହି
ଭଲ ମନ୍ଦ ସୁଖେ ଦୁଃଖେ
ଥାଅ ଛାଇ ହୋଇ...
ମଧୁଝରା ପ୍ରିତି ତୋର
ଅମୃତ ସାଗର
ବନ୍ଧୁ ପାଇଁ ସାଜି ପାର
ତୁମେ କ୍ଷୀରଚୋର...
ବନ୍ଧୁ ମହାନ୍ତି ଭୋକିଲା
କ୍ଷୁଧା ପ୍ରଶମିତେ
ଅନ୍ନ ଘେନି ପରଶିଲ
ପ୍ରଭୁ ଅର୍ଦ୍ଧ ରାତ୍ରେ...
ଗରିବ ଭିକ୍ଷୁକ ବନ୍ଧୁ
ସୁଦାମା ବ୍ରାହ୍ମଣ
ହୃଦ ଦୁଃଖ ବୁଝି ପ୍ରଭୁ
ଫେଡିଲ କଷଣ...
ବନ୍ଧୁ ପଦ କଣ୍ଟାଘାତେ
ତୋ ରୁଧିର ଝରେ
ତା' ଓଠର ହସ ଦେଖି
ନେତ୍ରେ ଖୁସି ଭରେ..
ମାଗୁନାହିଁ କିଛି ସୁଖ
ସେ ବନ୍ଧୁତା ଚାହେଁ
ବନ୍ଧୁ ପଣେ ଭାବ ନେଇ
ନିତି ଛୁଉଁ ଥାଏ ...
ଥିଲା ରହିଛି ରହିବ
ଅତୁଟ ବନ୍ଧନ
ମୁଁ ତୋ' ଫୁଲ ତୁ ମୋର
ମଳୟ ପବନ...
ତୁମେ ବନ୍ଧୁ ତୁମେ ସଖା
ଜଗତ ଈଶ୍ୱର
ତୁମେ ମୋର ପ୍ରାଣପ୍ରିୟ
ଅତି ଆପଣାର...
ହେ ଜଗତ ଠାକୁର..
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର