କାହିଁ କେଉଁ କାଳୁ  ହୋଇଛି ମୁଁ ଠିଆ
      ମୋ ନାମ ପାହାଡ ରାଣୀ
ମୋର ଶୋଭାରାଶି  ଦେଇଛି ବିଛାଇ
      ଦେଖିନ୍ତି ହୋଇ ବୟାଣୀ ।

ମୋ ବକ୍ଷରୁ କେତେ   ନଦନଦୀ ପୁଣି
        ଆନନ୍ଦେ ଗଲେଣି ଘର
ପଶୁପକ୍ଷୀ ସର୍ପ    କରିଛନ୍ତି ଘର
        କାହାକୁ କରିନି ପର  ।

ବୃକ୍ଷକୁ ବକ୍ଷରେ    ସାଇତି ରଖିଛି
        ପୁଣି କାମରେ ଲାଗୁଛି
ପାଣି ମୁଁ ଦେଉଛି   କାଠ ମୁଁ ଦେଉଛି
        ଆନନ୍ଦ ବସି ଖାଉଛି ।

ତଥାପି ବୁଝୁନି   ଏ ଦୁଷ୍ଟ ମଣିଷ
    ସର୍ବଦା କରେ ହତାସ
ନିଆଁ ଲଗାଇ ସେ   ଜାଳିତ ଦେଉଛି
        ନ କରିବେ ବସବାସ ।

ମେସିନ ଲଗାଇ    ଗାତ ସେ କରୁଛି
     ବାରୁଦେ  ଫଟାଉଅଛି
ଦେଖିଶୁଣି ସବୁ  ସହ୍ଯ ମୁଁ କରୁଛି
     କାହାକୁ କହୁନି କିଛି ।

ପ୍ରତିବାଦେ କେବେ  କରିନି ସାହସ
      ଜାଣିଛି ଦୋଷ କର୍ମର 
ତଥାପି ଭାବୁନି   ମୋ ଉପକାରିତା
      କରୁଛି ମୋତେ ପ୍ରହାର ।

ଅଭିଶାପ ଆଜି   ଦେଉଛି ତାହାକୁ
        ଦେବିନି କେବେ ମୁଁ ପାଣି
ଯଶ ରଖିଯିବି   କାଳକାଳକୁ ମୁଁ
     ମୋ ନାମ ପାହାଡ ରାଣୀ ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦