କବିତା ଆସେ ସ୍ଵପ୍ନରେ
କଲମ ଧରେଇ ଦେଇ କହେ
ଲେଖିଯା.........
ଯେତେ ସବୁ ହୃଦୟର ସ୍ଵର
ଆଙ୍କି ଦେଇଯା
ଯେତେ ସବୁ ଚିତ୍ର
ଏ ବିଚିତ୍ର ବିଶ୍ବର,
କଲମ ମସୀର ଶେଷ ଝରଯାଏ
ବିରତ ନ ହୋଇ
ଫର୍ଦ୍ଦ ଫର୍ଦ୍ଦ ଭାବନାକୁ ରୂପ ଦେଇ
ଲେଖିଯା ଯେତେ ଇଛା ତୋର ।
ସମୟ ଯେ ବହୁତ୍ କମ୍
ସବୁକଥା ଭିତରେ ବି
ତୋ ନିଜକଥା ଅଛିନା
ଆଉ କେତେ ଦିନ ??
ଫିକା ପଡିଆସେ
ଜୀବନୀୟ ସ୍ବର ।
ଅବଶିଷ୍ଟ ଆୟୁଷକୁ ନେଇ
କେତେଦିନ ଚାଲିବାକୁ
ହେବ ବାଟ ??
ହଠାତ୍ ହୁଏତ ମାଡିଆସିବ ଝଡ
ଲୀନ କରିଦେବ ସତ୍ତା ସମଗ୍ର
ଆଉ କ'ଣ ଉତ୍ତରି ପାରିବ
କବିତା ଜୀବନର ???
ଝରେଇ ଦେ ଏବେଠୁ
କବିତା ଯେତେ ସବୁ
ଅମାପ ହୃଦୟର ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ )
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Aug 17, 2019