ଦୟାମୟ ଦୀନବନ୍ଧୁ - ଘନଶ୍ୟାମ ସାହୁ

0
ନୀଳଗିରି ନୀଳ ସାଗର କୂଳରେ
ବସିଛି କାଳିଆ ବଡ଼ ଦେଉଳରେ
ଭାଇ ଭଗିନୀଙ୍କୁ ନେଇ
ଉଡ଼ାଇ ତା ନେତ ପତିତପାବନ
ଭକତଙ୍କୁ ଡାକୁଥାଇ ।।୦।
ମନୁଆ ଦିଅଁ ମୋ ମନକଥା ଜାଣି
ଭକତେ ଭରସା ଦିଏ
ଭାବବିନୋଦିଆ ଏ ଭବ ସାଗରେ
ନାଇଁ ତାହା ସରି କିଏ
ଆଶ୍ରା ନେଇ ଆଶେ ଆସେ ଯେ ତା ପାଶେ
ନିରାଶ କେବେ ନୁହଁଇ ।।୧।
ଦାରୁ ଦେବତା ମୋ ହସ୍ତ ନ ଥାଇ ବି
ଭୁଞ୍ଜେ ଷାଠିଏ ପଉଟି
କହିବନି କେବେ ପଦ ନାହିଁ ବୋଲି
ଆସ୍ଥାନୁ ଆସେ ସେ ଉଠି
ଭକତ ଦୁଃଖରେ ଦୁଃଖି ହୋଇ ସିଏ
ଭାବେ ବନ୍ଧା ହୋଇଥାଇ ।।୨।
ମେଣ୍ଟିବ ମୋ ଆଶା କରିଛି ଭରସା
ଦୟାମୟ ଦୀନବନ୍ଧୁ
ଜୀବନ ଜଞ୍ଜାଳ ହୁଏ ଅସମ୍ଭାଳ
ଦିନ ଯାଏ କାନ୍ଦୁ କାନ୍ଦୁ
ସାର୍ଥକ କରିବୁ ତୋ ପାଶକୁ ନେବୁ
ଦିବ୍ୟ ଦରଶନ ଦେଇ ।।୩‌।

Writer's Details: ଘନଶ୍ୟାମ ସାହୁ
ସହ ସମ୍ପାଦକ-ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା ଅନୁଗୋଳ,
ମୋବାଇଲ ନମ୍ବର-- ୯୪୩୭୬୬୪୫୩୭,
ପିନ୍ କୋଡ --- ୭୫୯୧୨୭
Content Category:
Submission Date: Aug 03, 2019

Post a Comment

0Comments
Post a Comment (0)