ବନ୍ଧୁରେ ବନ୍ଧୁ ତୁମର ତ କେତେ ନାମ
ବର୍ଣ୍ଣନା କରିବାକୁ ମୁଁ ଯେ ଅକ୍ଷମ ତଥାପି ଚେଷ୍ଟା କରିବି
କିଛି ତୁମ କଥା ନିଶ୍ଚୟ କହିବି
ପିଲାବେଳୁ ଆଜି ଯାଏଁ ଭେଟିଛି ଅନେକ ସାଥି
ପାଇଛି କେହେ ସେନେହ ଆଉ ଗାଳି
ଯେବେ ମୁଁ ଅଜାଡି ଦିଏ ସମସ୍ତ ରାଗକୁ ତୁମ ଉପରେ
ସହିଯାଅ ତୁମେ ତାକୁ ମାଆ ପରି
ଯେବେ ମୁଁ କେବେ ଭୁଲ ରାସ୍ତାରେ ଯାଏ
ପିତା ପରି ଆକଟ କରିନିଅ ତୁମେ ।।
କେବେ ଭଉଣୀ ପରି ଦିଅ ସେନେହ ଅଜାଡ଼ି
କେବେ ପ୍ରେମିକା ପରି ଦିଅ ପଣତରେ ଧୂଳି ଝାଡ଼ି
ତୁମେ ଭାଇପରି ଭାଇଟିଏ ମୋର
ବିପଦରେ ତୁମେ ମୋର ସଖା
ତୁମକୁ ଖୋଜେ ମୁଁ ସମ୍ପଦରେ
ବିପଦରେ ଆସିଯାଅନ୍ତ କି ଥରେ ।।
ତୁମେ କେମିତି ଜାଣିଯାଅ ମୋ ମନ କଥା
ମୁଁ କହିବା ପୂର୍ବରୁ
କେମିତି ପରିଚୟ ପାଅ ସେ ଅକୁହା କଥାର ।।
କେତେ ଚେଷ୍ଟା କରିଛି ଏକା ରହିବାକୁ
ଚାଲିଯିବାକୁ କେଉଁ ଏକ ଅଜଣା ଦୁନିଆକୁ
କିନ୍ତୁ ତୁମେ ବୋଧେ ଏକ ଅଦୃଶ୍ୟ ଶକ୍ତି
ଖୋଜିବାକୁ ତୁମେ କେବେ ନିଅନି ବିରତି ।।
ଏ ସବୁ ଗୁଣ ଜଣକ ପାଖରେ ମିଳିବା ଅସମ୍ଭବ
ସମସ୍ତ ଠାରୁ ଗୋଟିଏ ମିଳିବା ନିଶ୍ଚୟ ସମ୍ଭବ
ଆଜିର ଏ ବନ୍ଧୁତ୍ୱ ଦିବସର ପ୍ରୀତିଭରା ଅଭିନନ୍ଦନ
ଭେଟି ଦେଉଛି ତୁମକୁ ଏ ଫବିତାର ଫୁଲ ଚନ୍ଦନ ।।
Writer's Details: ରାକେଶ କୁମାର
Content Category:
Submission Date: Aug 04, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.