• ବାଇମନ ଚାଲ ଧୀରେ
• ପୁରୀ ଶ୍ରୀକ୍ଷେତ୍ର ଧାମରେ
• ଭାଇ, ଭଉଣୀ ସଙ୍ଗରେ
• ବିଜୟ ରତ୍ନ ବେଦୀରେ
• କଳାକର କଳା ମୁଖ , ଦରଶନ କର ବାରେ
• ବାଇମନ ଚାଲ ଧୀରେ…।।
•
• ବଡ଼ଦାଣ୍ଡେ ସିଂହଦ୍ଵାରେ
• ଅରୁଣ ସ୍ତମ୍ଭ ପାଖରେ
• ଦେଖ ତୁ ନୀଳଚକ୍ର ରେ , ନେତ ଉଡେ ଫରହରେ
• ବାଇମନ ଚାଲ ଧୀରେ…।।
•
• ବଇଶି ପାହାଚ ଦେଇ
• ବେଢ଼ାରେ ବୁଲତୁ ଯାଇ
• ସର୍ବ ଦେବା ଦେବୀ ବେଢି , ଅଛନ୍ତି ଚାରି ପାର୍ଶ୍ୱ ରେ
• ବାଇମନ ଚାଲ ଧୀରେ…।।
•
• ତହୁଁ ଗମ୍ଭୀରା ଭିତରେ
• ରହି ଗରୁଡ ପଛରେ
• ଦେଖ ଶ୍ରୀରଙ୍ଗା ଅଧରେ , ହସ ବିହ୍ଵଳିତ କରେ
• ବାଇମନ ଚାଲ ଧୀରେ…।।
•
• ଆନନ୍ଦ ବଜାରେ ଯାଇ
• କୈବଲ୍ୟ କଣିକା ପାଇ
• ଦଣ୍ଡେବସ ସ୍ନାନ ବେଦୀ , ପରାଂଗତି ଲଭିବୁରେ
• ବାଇମନ ଚାଲ ଧୀରେ…।।
•
• ବନଫୁଲ ରେ ପ୍ରଫୁଲ୍ଲ
• ଗୁନ୍ଥିଛି ହେ ବନମାଳ
• ସମର୍ପିଲି ହେ ଠାକୁ୍ରେ , ଦେଖୁଥା କୃପା ନେତ୍ର ରେ
• ବାଇମନ ଚାଲ ଧୀରେ…।।
0 Comments
You can write now your valuable comments here. Off-topic comments may be removed or deleted without prior notice.