ଅଣୁଗଳ୍ପ - ରିଙ୍କୁ ର ସୁଦଶା ବ୍ରତ - ସତ୍ୟଜିତ ରାଉତ

0
ସକାଳୁ ସକାଳୁ ରିଙ୍କୁ ଆଉ ତା ମା ବଜାର କୁ ଯାଇଛନ୍ତି କଣ କିଣା କିଣି କରିବା ପାଇଁ । ଆଜି ସୁଦଶା ବ୍ରତ ତା ମା ତା ପାଇଁ ସବୁ ବର୍ଷ ଲିଚୁ କୋଳି କିଣନ୍ତି ରିଙ୍କୁ କୁ ବହୁତ ଭଲ ଲାଗେ ବୋଲି, ରିଙ୍କୁ ସେଠି ଲିଚୁ ଖାଉଥାଏ ହଠାତ ଗୋଟେ ଭିକାରୁଣୀ ତା ହାତ ଧରିପକାଇଲା । ବାବୁ ବାବୁ ଆଜି ସୁଦଶା ବ୍ରତ ମୋ ପାଖେ ପଇସା ନାହିଁ ମଙ୍ଗଳ ହେବ ବାବୁ । ରିଙ୍କୁ ତା ମା କ ପାଖରୁ 2 ଟଙ୍କା ଆଣିକି ସେ ଭିକାରୁଣୀ କୁ ଦେଇଦେଲା. ଭିକାରୁଣୀ ଟି ଆଶୀର୍ବାଦ କରିଦେଇ ନିକଟରେ ଥିବା ବସ୍ତି ଆଡକୁ ଚାଲିଗଲା । 


ଦୀର୍ଘ 19 ବର୍ଷ ପରେ... 
ରିଙ୍କୁ ଆଜି ମଧ୍ୟ ବଜାର ଯାଇଛି ତା ମା କ ସ୍ମୃତି ନେଇ. ତା ମା ଗତ ବର୍ଷ ଚାଲିଯାଇଛନ୍ତି ତାକୁ ଛାଡି. ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ତାକୁ ଲିଚୁ କୋଳି ଖାଇବାର ଅଛି. ମନ ର କୋହ କୁ ଚାପିଧରି ସେ ବଜାର ରେ ବୁଲୁଥାଏ. ହଠାତ କିଏ ଜଣେ ତା ମୁଣ୍ଡରେ ହାତ ବୁଲେଇ ଦେଲେ..ସେ ଚମକି ପଡି ଦେଖିଲା ବେଳକୁ ବୁଢ଼ୀ ଟିଏ ଅପଲକ ନୟନ ରେ ତାକୁ ଚାହିଁଛି. ବାପା ରେ ତୁ ରିଙ୍କୁ ନା!! ରାଉତ ବାବୁ କ ପୁଅ. ମା ସବୁବେଳେ ତୋ ପାଇଁ ମୋ ପାଖରୁ ଲିଚୁ କୁଳି ନିଅନ୍ତି ପା. ତୋତେ କାଳେ ଲିଚୁ କୁଳି ବହୁତ ଭଲ ଲାଗେ. ଆସେ ବାପ ମୁଁ ଖୁଆଇଦେବି. ମନେ ଅଛି ବାପ କେତେ ବର୍ଷ ତଳେ ତୁ ମୋତେ 2 ଟଙ୍କା ଦେଇଥିଲୁ... ରିଙ୍କୁ ର ଆଖି ଲୁହ ରେ ଭରିଯାଇଥିଲା ସତରେ ସୁଦଶା ବ୍ରତ ର ମହତ୍ତ୍ୱ ସେ ଆଜି ଜାଣିପାରିଲା. 


Writer's Details: ସତ୍ୟଜିତ ରାଉତ
ବରମୁଣ୍ଡା ଗ୍ରାମ, ଭୁବନେଶ୍ୱର, ଓଡିଶା
Content Category:
Submission Date: Aug 01, 2019

Post a Comment

0Comments
Post a Comment (0)