ବନ୍ଦେ ମାତୃଭୂମି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

• ବିଶ୍ଵରେ ଭାରତ ଜାତୀୟ ପତାକା
•                       ଉଡୁଥାଉ ନିରନ୍ତର
•       ଏହି ସେ ଭୂଖଣ୍ଡ ଜମ୍ଵୁଦୀପ କହି,
• ସଂସାର ଭିତରେ ସାର  ।।
•
• ନାମ ଆର୍ଯ୍ୟାବର୍ତ୍ତ ଆର୍ଯ୍ୟ ଭୂମି ଏହି 
•                        ଅନନ୍ତ କାଳରୁ ସ୍ଥିତ
•       ଦେବଭୂମି ଏ ଭାରତ ପୂଣ୍ୟ ସ୍ଥଳି
• ଉର୍ବୀ ର ଉର୍ବର କ୍ଷେତ୍ର  ।।
•
• ଏଠି ନର ରୂପେ ଜନମ ନିଅନ୍ତି
•           ସ୍ଵଂୟ ବୈକୁଣ୍ଠାଧିପତି
•   ପୂତ ପୟୋଧାର କଳକଲ୍ଲୋଳିନୀ
• ଜାହ୍ନବୀ ଲହରେ ଏଠି ।।
•
• ସପ୍ତଦ୍ୱୀପ ମେଦିନୀ ର ଫୁଲହାର
•          ମଧ୍ୟେ ଜମ୍ବୁ ଦ୍ଵୀପ ଯଥା
•      ରତ୍ନମୟ ଏକ ଉଜ୍ଜ୍ୱଳ ପଦକ
• ସମ ଝଟକେ ତା ଶୋଭା  ।।
•
• ଏହି ଶୋଭା,ଶିରୀ ସଂପଦେ ଜଲ୍ହାଦ
•            ବିଦେଶୀ ଲୋଲୁପ ଦୃଷ୍ଟି
•       କ୍ଷତ,ବିକ୍ଷତ ଏ ବାରମ୍ବାର ହୋଇ
• ତଥାପି ରହିଛି ତିଷ୍ଠି  ।।
•
• କେତେ ଯେ ରକ୍ତ ବହିଛି ଏଠାରେ
•             ସ୍ଵାଧୀନ ଭାରତ ପାଇଁ
•    କେତେ ଯେ ଜୀବନ ବଳୀ ପଡ଼ିଅଛି
• ତାହାର ଠିକଣା ନାହିଁ  ।।
•
• ଅମୂଲ୍ୟ ସଂପଦ ମଳିଅଛି ଯାହା
•             ଆଉ ହରାଇବା ନାହିଁ
•    ଯେତେକ ଯାଇଛି ତାପାଇଁ ଆସରେ
• ଚିନ୍ତା ପ୍ରକଟିବା ଭାଇ  ।।
•
• ସମ୍ମେଳିତ ହେବା ଏକା ସ୍ଵରେ ଆସ
•             ଗାଇବା ଜାତୀୟ ଗୀତ
•       ଆଜି ଏଇ ଶୁଭ ଲଗନେ ବନ୍ଦେ
• ମାତୃଭୂମି ମୋ ଭାରତ  ।।

Post a Comment

0Comments
Post a Comment (0)