ତୁମେ ପ୍ରଭୁ ଜଗନ୍ନାଥ ଜଗତ ଠାକୁର
କରୁଣା ସାଗର ତୁମେ ଅନାଦି କାରଣ ।।

ତୁମେ ଥିଲେ ପାସେ ମୋର ଲୋଡାନାହିଁ କିଛି
କିସ ପାଇଁ ଖୋଜିବି ମୁଁ ଅନ୍ଯର ପରିଧି ।।

ଦେଇଅଛ ସବୁକିଛି ଅଦେୟ କିଛି ନାହିଁ
ଏ ସବୁରେ ମୋର ମନ ଜମାରୁ ତ ନାହଁ ।।

ତୁମକୁ ଆଶ୍ରା କରି ଜୀଇଁଛି ଜୀବନ
ଦୟା ନ କଲେ ପ୍ରଭୁ ଛାଡିବ ମୋ ପ୍ରାଣ ।।

ତୁମ ବଳେ ବଳୀଆର ନାହିଁ ମୋର ଆନ
ତୁମ ବିନୁ ଏ ଜୀବନ ହୁଅଇ ବିପନ୍ନ ।।

ଆହେ ପ୍ରଭୁ ନାରାୟଣ ପତିତପାବନ
ତୁମ୍ଭ ଶ୍ରୀଚରଣେ ସଦା ଥାଉ ମୋର ମନ ।।

ଜଗତ ଜନ ପାଇଁ ତୁମ୍ଭେ ଦୟାବନ୍ତ
କରୁଅଛ ଦୟା ତୁମ୍ଭେ ଆହେ ଜଗନ୍ନାଥ ।।

ସକଳ ମୁଖରେ ତୁମ ନାମ ଶୁଭୁଥିବ
ଯେତେଦିନ ଜଗତରେ ଜୀବନ ଯେ ଥିବ ।।

ଏତିକି ସୁଦୟା ପ୍ରଭୁ କରୁଥିବ ମୋତେ
ନ ହେଲେ ଜୀବନ ମୋ ଝଡିଯିବ ସତେ ।।

ଏତିକି ମୀନତି ମୋର ତବ ଚରଣରେ
ଥିବା ଯାଏ ଏ ଜୀବନ ପୂଜୁଥିବି ଭଲେ ।।

Writer's Details: ପବିତ୍ର ଦାସ
ପାଟକୁରା, କେନ୍ଦ୍ରାପଡା, ମୋ-୯୮୫୩୯୨୬୭୭୫
Content Category:
Submission Date: Jul 10, 2019