ହେ ପ୍ରବାସୀ....
ସ୍ମୃତିର ଝରକା ଫାଙ୍କରୁ ଦେଖ ଯେବେ ମାତୃଭୂମିକୁ
ନୟନୁ ବିଗଳିତ ହୁଏ କେତେ ଯେ ଅଶ୍ରୁ ???
ପରିସ୍ଥିତିର ତାଡନାରେ ସାଜିଛ ତୁମେ ବିଦେଶୀ
ପାଇଛ ଅସ୍ଥାୟୀ ଯାଯାବରର ପରିଚୟ ପତ୍ର
କେବେବା ଭୟାତୁର ପଳାୟନ ପନ୍ଥୀ ସାଜି
ଶରଣ ଖୋଜିଛ ଅଚିହ୍ନା ଅପରିଚିତ ସୁରକ୍ଷିତ ସ୍ଥାନ।

ହେ ଶରଣାର୍ଥୀ....
ସ୍ୱପ୍ନର ବାଲୁକାସ୍ତୁପରୁ ଖୋଜ ଯେବେ ଶାନ୍ତିର ଶାମୁକା
ଦ୍ବନ୍ଦ୍ୱ ଅନ୍ତର୍ଦ୍ବନ୍ଦ୍ୱ ଗୁଡାକ କ୍ଷତ ବିକ୍ଷତ କରନ୍ତି ସାଜି ଅଶାନ୍ତ ଝଡ଼
କିଂ କାର୍ତ୍ତବ୍ୟବିମୁଢ ହୋଇ ସାଜିଛ ଦେଶାନ୍ତରୀ
ଅନ୍ତରରେ ସୃଷ୍ଟି କରି ଅଦମ୍ୟ କୋହର ଆଳାପ
ବାସଶୁନ୍ୟ ତୁମେ ବାସ ଖୋଜୁଖୋଜୁ
ଆବଶ୍ୟକ କର
ଶରୀର ଓ ମନର ସୁରକ୍ଷିତ ନିରାପତ୍ତା।

ହେ ଦେଶାନ୍ତରୀ.....
ମା' ମାତୃଭୂମି କୋଳୁ ନେଇଛ ଯେବେ ସାମୟିକ ବିଦାୟ
ଦୁଃଖ ଲୁହର ସମ୍ମିଶ୍ରଣରେ ମା' ହୁଏ ଜର୍ଜରିତା
ପଠାଇ ଭିନ୍ନ ଭିନ୍ନ ଅନୁଷ୍ଠାନର ସେବକ
ସ୍ବେଛାସେବୀ ଦେଶ ଜାତିପ୍ରେମୀ ମାତୃଭକ୍ତ
ମାନବିକତାର ମଳୟରେ ଅର୍ପଣ କରିଛି ଗୁପ୍ତ ସଭ୍ୟତା
ଫୁଟାଉଛି ପୁଲକିତ ହସ ସଚେତନ କରି ଜନତାଙ୍କୁ
ଜୁନ ମାସର କୀର୍ତ୍ତିସ୍ତମ୍ଭ
ସ୍ଵନକ୍ଷତ୍ର କୋଡିଏ ତାରିଖରେ ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର