ଜୁଲାଇ ମାସର ପ୍ରଥମ ସପ୍ତାହ
            ବନମହୋତ୍ସବ ସପ୍ତାହ ନାମେ 
ପାଳିତ ହୋଇଛି ଆମ ରାଇଜର 
            ସହର ବଜାର ନଗର ଗ୍ରାମେ ।।
ଖାଲି ଜାଗା ଦେଖି ଚାରା ରୋପି ଦିଅ 
            ନ ରଖ କେଉଁଠି ଟାଙ୍ଗରା ଭୂଇଁ 
ଗଛଟିଏ ନୁହେଁ ଆମ ମିତ ସିଏ 
           କେତେ ହିତ କରେ ଆମର ସେହି ।।
ଅମ୍ଳଜାନ ରୂପି ଅମୃତକୁ ଦିଏ 
           ଅଙ୍ଗାରକାମ୍ଳର ବିଷକୁ ଶୋଷି
ତା ଯୋଗୁଁ ପାଉଛୁ ଖାଦ୍ୟ ବସ୍ତ୍ର ଆଉ 
           ବାସ ଗୃହ ମଧ୍ୟେ କରୁଛୁ ଖୁସି ।।
ଟାଣ ଖରା ବେଳେ ଶାନ୍ତି ତ ଦିଅଇ 
           ବଡ ବଡ ଗଛ ଶୀତଳ ଛାଇ 
ସେ ଛାଇରେ ପରା ଖୁସି ହୁଏ ଭଲେ 
           ବାଟେ ଯାଉଥିବା ପଥିକ ଭାଇ ।।
କହିଲେ ସତରେ ସରିବ ନାହିଁରେ 
            ଗଛ ଉପକାର କଥା ଏଇଠି 
ଶପଥ କରିବା ଜୀବନରେ କେବେ 
           ଅଯଥାରେ ଗଛ ନ ଦେବା କାଟି ।।
ଗଛ ତ ହେଉଛି ପରିବେଶଟିର                                  
ପ୍ରାକୃତିକ ଶୀତଳୀକରଣ ଯନ୍ତ୍ର 
ଆଜିର ଦିନରେ ସବୁରି କାନରେ 
          ଫୁଙ୍କିଦେବା ବୃକ୍ଷରୋପଣ ମନ୍ତ୍ର ।।

ଶିବ ପ୍ରସାଦ ସାହୁ 
ଗୋପିନାଥପୁର ସାହି, ଚାନ୍ଦପୁର, ନୟାଗଡ଼
ପିନ୍ -୭୫୨୦୨୪, ମୋ-୭୯୭୮୦୫୮୨୫୯