ଏ ମର୍ତ୍ତ୍ୟ ମଣ୍ଡଳେ ନେଇ ଅବତାର 
ମାନବୀୟ ଲୀଳା ରଚ
ପାପରୁ ଉଶ୍ଵାସୀ ଧର୍ମ ସଂସ୍ଥାପନେ
ଅଧର୍ମକୁ ସଦା ନାଶ ୲୲

ତୁମ ଲୀଳା ପ୍ରଭୁ ତୁମକୁ ଗୋଚର
କାହୁଁବା ବୁଝିବ ନର
ଯୁଗେ ଯୁଗେ ତୁମେ କପଟିଆ ବୋଲି
ମିଛେ କହେ ଏ ସଂସାର ୲୲

କଳିଯୁଗେ ପରା ତୁମେ ଜଗନ୍ନାଥ
ଦାରୁ ବ୍ରହ୍ମ ରୂପେ ଅଛ
ଭକତ ଭାବରେ ଭାବ ବିନୋଦିଆ
ସଦା ବନ୍ଧା ଯେ ପଡିଛ ୲୲

ଭକତ ପାଇଁକି ବରଷକେ ଥରେ
ବଡ ଦାଣ୍ଡେ ବିଜେ କର
ରତ୍ନ ସିଂହାସନ ମୋହକୁ ତୁଟାଇ
ନବଦିନ ଯାତ୍ରା ସାର ୲୲

ଭକତ ଯେ ଶ୍ରେଷ୍ଠ ତା' ଲାଗି ପରାଟି
ତୁମ ବଡପଣ ଶୋଭା
ଭକତର ମାନ ରଖିଲ ଅଚିରେ
ବାଲି ରଥେ ହୋଇ ଉଭା ୲୲

ଭକ୍ତ ପାଇଁ କେବେ ଗଧ ପାଦ ଧର
କେବେ ସାଜ ତୁମେ ଚୋର
ଭକତ ବତ୍ସଳ ଭାବଗ୍ରାହୀ ତୁମେ
ତୁମ କୃପା ଯେ ଅପାର ୲୲
  
Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Jul 09, 2019